ହାଇଦ୍ରାବାଦ: ଦୁନିଆରେ ‘ଭୂତ’ ବୋଲି କିଛି ନାହିଁ ବୋଲି ଆପଣ ବିଶ୍ବାସ କରନ୍ତି କି ? ଠିକ ସୈଫଙ୍କ ପରି..ଯଦି ହଁ ତେବେ ଫିଲ୍ମ ‘ଭୂତ ପୋଲିସ’ର ଟ୍ରେଲର ଦେଖନ୍ତୁ ଯାହା ଆଜି ରିଲିଜ ହୋଇଛି ।
ଟ୍ରେଲର ଦେଖି ଫିଲ୍ମର କାହାଣୀ କିଛି ଏମିତି, ସୈଫ ଓ ଅର୍ଜୁନ(ଦୁଇ ଭାଇ) ଭୂତ ବୋଲି କିଛି ଜିନିଷ ଦୁନିଆରେ ଅଛନ୍ତି ବୋଲି ବିଶ୍ବାସ କରନ୍ତିନାହିଁ । ଏହାର ମଜା ନେଇ ଉଭୟ ଭଣ୍ଡ ବାବା ହୋଇ ଲୋକଙ୍କୁ ଅନ୍ଧବିଶ୍ବାସରେ ରଖନ୍ତି । ହେଲେ ଗୋଟିଏ ଦିନ ଉଭୟ ସତସତିକା ଭୂତର ସାମ୍ନା କରନ୍ତି ।
- " class="align-text-top noRightClick twitterSection" data="">
ଟ୍ରେଲରର ଆରମ୍ଭରୁ ସୈଫ ଓ ଅର୍ଜୁନ ଲୋକଙ୍କୁ ଭୂତ ବାହାନାରେ ପାଖଣ୍ଡି ବାବା ହୋଇ ଠକିବାର ନଜର ଆସୁଛନ୍ତି । ତେବେ ଫିଲ୍ମର ସୈଫ ଭୁତକୁ ଆଦୌ ବିଶ୍ବାସ କରୁନଥିବାବେଳେ ଅର୍ଜୁନ ଭୂତ ଥାଇପାରେ ବୋଲି ବିଶ୍ବାସ କରନ୍ତି । ହେଲେ ସେମାନଙ୍କ ଜୀବନ ଓଲଟପାଲଟ ହେଇଯାଏ ଯେବେ, ୟାମୀ ସେମାନଙ୍କୁ ପର୍ବତ ଉପରେ ଏକ ଛୋଟ ସହରରେ ବାସ କରୁଥିବା ଗୋଟିଏ ଦୁଷ୍ଟ ଆତ୍ମା ବିଷୟରେ କୁହନ୍ତି | ଆଉ ପରେ ଭୂତକୁ ଘଉଡାଇବା ମିଶନରେ ୪ ଜଣ ଯୋଗ ଦେଇ ଏକ ଚମତ୍କାର ତଥା ହାସ୍ୟପୂର୍ଣ୍ଣ ଯାତ୍ରା ଆରମ୍ଭ କରିଛନ୍ତି |
‘ଭୂତ ପୋଲିସ’ର ନିର୍ଦେଶନା ଦାୟିତ୍ବ ନେଇଛନ୍ତି ପୱନ କୃପଲାନୀ । ସୈଫଙ୍କ ସହିତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ୟାମି ଗୌତମ ଓ ଅର୍ଜୁନ କପୁର ଏକାଠି ନଜର ଆସୁଛନ୍ତି। ଏହି ସିନେମାର ଶୁଟିଂ ହିମାଚଳ ପ୍ରଦେଶର କେତେକ ଅଞ୍ଚଳ ସହିତ ମୁମ୍ବାଇରେ ହୋଇଥିବାବେଳେ ପୂର୍ବରୁ ସୈଫଙ୍କ ଲୁକକୁ ନେଇ ଆସିଥିଲା ଜବରଦସ୍ତ ଟ୍ବିଷ୍ଟ ।