ହାଇଦ୍ରାବାଦ: ନେହା ଧୁପିଆ ନିଜର ଫିଲ୍ମ କ୍ୟାରିୟରର ଏକ ଆଡଭାଇସ ବିଷୟରେ ଗଣମାଧ୍ୟମରେ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଯାହାକୁ ସେ ନିଜ କ୍ୟାରିୟରର ସବୁଠାରୁ ଖରାପ ଉପଦେଶ ବୋଲି କହିଛନ୍ତି।
- " class="align-text-top noRightClick twitterSection" data="
">
ତେବେ ଦୀର୍ଘ ଦିନ ଧରି ଚଳଚିତ୍ର ଦୁନିଆରେ ନିଜର ଅନୁଭୂତି ବଖାଣୁ ଥିବା ବେଳେ ନେହା କହିଛନ୍ତି ଯେ, ସେ ଯେତେବେଳେ ନୂଆ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ସେତେବେଳେ ତାଙ୍କୁ ନିଜର ହସ ପାଇଁ ବହୁତ ଥର ଗାଳି ଶୁଣିବାକୁ ପଡିଥିଲା। ଏପରିକି ତାଙ୍କର ଜଣେ କାଷ୍ଟିଂ ନିର୍ଦ୍ଦେଶକ ତାଙ୍କୁ ନହସିବାକୁ ପରାମର୍ଶ ଦେଇଥିଲେ । କାରଣ ସେ ହସିଲେ ଖୁବ୍ ଭୟଙ୍କର ଦେଖା ଯାଆନ୍ତି । ତେବେ ନୂଆକରି ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିବା ନେହାଙ୍କୁ ନିର୍ଦ୍ଦେଶକଙ୍କ ଏହି କଥା ଖୁବ୍ କଷ୍ଟ ଦେଇଥିଲା।
- " class="align-text-top noRightClick twitterSection" data="
">
ଗତ ଦୁଇ ଦଶନ୍ଧି ମଧ୍ୟରେ ହିନ୍ଦୀ, ପଞ୍ଜାବୀ, ତେଲୁଗୁ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ ଅଭିନେତ୍ରୀ ନେହା ଧୁପିଆ। ସେ 2002 ରେ ଫେମିନା ମିସ୍ ଇଣ୍ଡିଆ ଜିତିବା ପୂର୍ବରୁ ବଲିଉଡରେ ମଧ୍ୟ ଅଭିନୟ କରିସାରିଥିଲେ। 1994 ରେ ମୁକ୍ତିଲାଭ କରିଥିବା ମିନାରାମ ନାମକ ଏକ ମାଲାୟାଲମ ଚଳଚ୍ଚିତ୍ରରେ ଏହି ଅଭିନେତ୍ରୀ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ।
- " class="align-text-top noRightClick twitterSection" data="
">
ନେହା କୟାମତର୍ ଅଜୟ ଦେବଗନଙ୍କ ବିପକ୍ଷରେ ହିରୋଇନ୍ ଭାବରେ ଡେବ୍ୟୁ କରିଥିଲେ। ଏହାସହ ସିଟି ଅଣ୍ଡର ଥ୍ରେଟ୍, ଏବଂ ଜୁଲି, କ୍ୟାୟା କୁଲ୍ ହେ ହମ୍, ଏକ ଚଲିସ୍ କି ଲାଷ୍ଟ ଲୋକାଲ୍, ସୁଟଆଉଟ୍ ଆଟ୍ ଲୋଖଣ୍ଡୱାଲା, ତୁମାହରୀ ସୁଲୁ ଏବଂ ଲଷ୍ଟ ଷ୍ଟୋରୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।