ETV Bharat / sitara

କନ୍ନଡ ଷ୍ଟାରରୁ କେମିତି ହେଲେ ପାଓ୍ବାର ଷ୍ଟାର ?

author img

By

Published : Oct 30, 2021, 7:08 PM IST

ସିନେ ଜଗତ ସମେତ ସାରା ଦେଶକୁ ସ୍ତବ୍ଧ କରି ବୟସର ମଧ୍ୟାହ୍ନରେ ପରଲୋକ ଗତି କରିଛନ୍ତି କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାର । ତେବେ ଏହି ଆକ୍ଟର କିପରି କନ୍ନଡ ଷ୍ଟାରରୁ ପାୱାର ଷ୍ଟାର ପାଲଟିଲେ ତାକୁ ନେଇ ବେଶ ଚର୍ଚ୍ଚା । ଜାଣନ୍ତୁ ତାଙ୍କର ଏହି ସଫଳତାର କାହାଣୀ...

କନ୍ନଡ ଷ୍ଟାରରୁ କେମିତି ହେଲେ ପାଓ୍ବାର ଷ୍ଟାର ?
କନ୍ନଡ ଷ୍ଟାରରୁ କେମିତି ହେଲେ ପାଓ୍ବାର ଷ୍ଟାର ?

ବେଙ୍ଗାଲୁରୁ: ଶୁକ୍ରବାର ବୟସର ମଧ୍ୟାହ୍ନରେ ପରଲୋକ ଗତି କରିଛନ୍ତି କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାର । ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଏହି ଲୋକପ୍ରିୟ ତଥା ଜାତୀୟ ସମ୍ମାନରେ ସମ୍ମାନିତ ଅଭିନେତା । ପ୍ରଶଂସକ ତଥା ଆତ୍ମୀୟଙ୍କୁ ଅଲଗା କରି ମାତ୍ର 46 ବର୍ଷରେ ହୃଦଘାତରେ ଆଖିବୁଜିଛନ୍ତି ପୁନିତ । ଆଉ ତାଙ୍କର ମୃତ୍ୟୁ ଖବର ପ୍ରସାରଣ ପରେ ଚାରିଆଡୁ ଛୁଟୁଛି ଶ୍ରଦ୍ଧାଞ୍ଜଳି । ବିଶେଷ କରି ସାମାଜିକ ଗଣମାଧ୍ୟମରେ ଯେପରି ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି ।

ପୁନିତଙ୍କ ଏହି ଦୁଃଖଦ ଏବଂ ଅକାଳ ବିୟୋଗ ପରେ ଚାରିଆଡେ ଶୋକର ଛାୟା । କର୍ଣ୍ଣାଟକ ସରକାର ମଧ୍ୟ ପୁନିତଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବା ନେଇ ଘୋଷଣା କରିଥିବା ବେଳେ ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି । ତେବେ ପୁନିତଙ୍କ ଆଜି ନୁହେଁ ବରଂ ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ ହେବ । ଆଜି ପୁନିତଙ୍କ ଝିଅ ଆମେରିକାରୁ ଆସି ପହଞ୍ଚିବେ ଏବଂ ସୂର୍ଯ୍ୟାସ୍ତ ପରେ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ପରମ୍ପରା ନଥିବାରୁ ରବିବାର ହିଁ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପୁନିତଙ୍କ ମୃତ୍ୟୁ ପରେ ସେ ମଧ୍ୟ ପିତାଙ୍କ ପରି ଦୁଇ ଆଖି ଦାନ କରିଥିବା ସୂଚନା ମିଳିଛି ।

ପୁନିତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ତାଙ୍କ ଫ୍ୟାନ୍ସ । ଜଣେ ଲୋକପ୍ରିୟ, ଶ୍ରଦ୍ଧେୟ ଏବଂ ଜଣାଶୁଣା ଚେହେରାକୁ ହରାଇ ଭାଙ୍ଗିପଡିଛନ୍ତି ସଭିଏଁ । ପିଲାଟି ଦିନରୁ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରି ଲକ୍ଷ ଲକ୍ଷ ପ୍ରଶଂସକ ହାସଲ କରିଥିବା ପୁନିତ ରାଜକୁମାରଙ୍କ କର୍ଣ୍ଣାଟକ ତଥା ଦକ୍ଷିଣ ଭାରତୀୟ ସିନେମା ଦୁନିଆରେ ଜଣେ ଖାସ ଏବଂ ନିଆରା କଳାକାର ଥିଲେ । ମାତ୍ର 6 ବର୍ଷ ବୟସରେ ସେ ପରିବାର ସହିତ ମହୀଶୂର ଆସି ସେଠାରେ ଜଣେ କୁନି କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ବାପା ମଧ୍ୟ ଜଣେ ଜଣାଶୁଣା କଳାକାର ଥିଲେ । ତେବେ ଗୋଟିଏ ପରେ ଗୋଟିଏ ଦମଦାର ପ୍ରଦର୍ଶନ ଏବଂ ଚମତ୍କାର ଅଭିନୟ ପାଇଁ ସେ ଲୋକଲୋଚନକୁ ଆସିଥିଲେ ।

ପୁନିତଙ୍କୁ ତାଙ୍କ ଫ୍ୟାନ୍ସ ହିଁ ‘ପାଓ୍ବାର ଷ୍ଟାର’ ନାଁ ଦେଇଥିଲେ ଏବଂ ଧିରେ ଧିରେ ଏହା ଏକ ବ୍ରାଣ୍ଡରେ ପରିଣତ ହୋଇଥିଲା । ତେବେ ଏହି ସମସ୍ତ କାରଣ ପାଇଁ ତାଙ୍କୁ ‘ପାଓ୍ବାର ଷ୍ଟାର’ ନାମରେ ଜଣାଯାଏ ।

ଶାନ୍ତ, ସରଳ ସ୍ବଭାବ

ଶାନ୍ତ, ସରଳ ଏବଂ ଅତ୍ୟନ୍ତ ମେଳାପି ସ୍ବଭାବର ଥିଲେ ରାଜକୁମାର । ଏପରିକି ଫ୍ୟାନ୍ସଙ୍କ ପ୍ରତି ତାଙ୍କର ସର୍ବଦା ସହଯୋଗ ଭାବ ରହୁଥିଲା । ସେ ଫ୍ୟାନ୍ସ ଏବଂ ଅସହାୟଙ୍କୁ ସର୍ବଦା ସହାୟତା କରୁଥିଲେ । ଲକଡାଉନ ସମୟରେ ମଧ୍ୟ ସେ ସହାୟତାର ହାତ ବଢାଇଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 50 ଲକ୍ଷ ସହୟତା ଦେବା ସହିତ କର୍ଣ୍ଣାଟକ ଦୁଗ୍ଧ ମହାସଂଘର ବ୍ରାଣ୍ଡ ଆମ୍ବାସାଡର ଥିଲେ । ଏଥିପାଇଁ ସେ ଟଙ୍କାଟିଏ ବି ନେଉନଥିଲେ ।

ଫିଲ୍ମ ପାଇଁ ପ୍ରଯୋଜକଙ୍କୁ ସହାୟତା କରୁଥିଲେ

ସେ ଅଭିନୟ କରିଥିବା କୌଣସି ଗୋଟିଏ ଫିଲ୍ମ ଯେପରି କ୍ଷତି ନ ସହେ, ସେଥିପାଇଁ ସେ ସର୍ବଦା ପ୍ରଯୋଜକଙ୍କୁ ସହାୟତା କରୁଥିଲେ । ଏପରିକି ଲକଡାଉନ ସମୟରେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରୀ କ୍ଷତିରେ ଚାଲୁଥିଲା, ସେ ପ୍ରଯୋଜକଙ୍କୁ ସହାୟତା କରୁଥିଲେ ।

ସୁପରହିଟ୍ ହେଉଥିଲା ସମସ୍ତ ଫିଲ୍ମ

ପୁନିତ ରାଜକୁମାର ଅଭିନୀତ ଏକାଧିକ ମୁଭି ହେଉଥିଲା ସୁପର ଡୁପର ହିଟ୍ । ତାଙ୍କ ମୁଭି ହିଟ୍ ହାର ବେଶ ଭଲ ଥିଲା । ସେ 49ଟି ମୁଭିରେ ଅଭିନୟ କରିଥିବା ବେଳେ 40 ମୁଭି ସିନେମା ହଲରେ 100 ଦିନ ଚାଲିବାର ବିରଳ ରେକର୍ଡ କରିଥିଲା । ତାଙ୍କ ଅଭିନୀତ କିଛି ସୁପରହିଟ୍ ମୁଭି ହେଲା ‘ଅଭି’, ‘ଭୀରା କାନାଡିଗା’, ‘ମୌର୍ଯ୍ୟ’, ‘ଆକାଶ’ ଓ ‘ମିଳନ’ ।

ଫିଲ୍ମ ପାଇଁ ନେଉଥିଲେ ମୋଟା ଅଙ୍କ

ଦକ୍ଷିଣ ଭାରତୀୟ ସିନେମା ଜଗତରେ ସୁବୁଠୁ ଅଧିକ ଟଙ୍କା ଚାର୍ଜ କରୁଥିଲେ ପୁନିତ । ତାଙ୍କୁ ଫ୍ୟାନ୍ସ ହିଁ ପାଓ୍ବାର ଷ୍ଟାର ନାମ ଦେଇଛନ୍ତି । ଏହାକୁ ନେଇ ସେ କହିଥିଲେ, ମୋତେ ଫ୍ୟାନ୍ସ ଏହି ନାମ ଦେଇଛନ୍ତି ଏବଂ ସେମାନେ ହିଁ ମୋର ପାଓ୍ବାର । ତେବେ ଫ୍ୟାନ୍ସ ମଧ୍ୟ ତାଙ୍କୁ ‘ଅପ୍ପୁ’ ନାମରେ ଡାକିଥାନ୍ତି ।

ଜାତୀୟ ଆଓ୍ବାର୍ଡ ବିଜେତା

ପୁନିତ ରାଜକୁମାର ମୁଭି ‘ବେତାଡା ହୋଭୁ’ ପାଇଁ ଶିଶୁ କଳାକାର ବର୍ଗରେ ଜାତୀୟ ପୁରସ୍କାର ପାଇଥିଲେ । ଏହା ସହିତ ମୁଭି ‘ଚାଲିଶୁଭା ମୋଡାଗାଲୁ’ ଏବଂ ‘ୟେରାଦୁ ନକ୍ଷତ୍ରଗାଲୁ’ ପାଇଁ ସେ ରାଜ୍ୟସ୍ତରୀୟ ପୁରସ୍କାର ହାସଲ କରିଥିଲେ ।

ମୁଭି 'Power***' ରୁ ପାଓ୍ବାର ଷ୍ଟାର୍

2014ରେ ପୁନିତଙ୍କ ମୁଭି 'ପାୱାର***' ରିଲିଜ ହୋଇଥିଲା । ଏହି ମୁଭି ସୁପରହିଟ୍ ହେବା ସହିତ ଅନେକ ରେକର୍ଡ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.