କୋଲକାତା: ଫେମସ ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ରଙ୍କ ରକ୍ତଚାପ ହ୍ରାସ କାରଣରୁ ତାଙ୍କୁ ଦକ୍ଷିଣ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି । ନିର୍ମଳା ବୃଦ୍ଧାବସ୍ଥା ସମ୍ବନ୍ଧୀୟ ରୋଗରେ ପୀଡିତ ।
ଅଧିକାରୀ କହିଛନ୍ତି ଯେ, ରକ୍ତଚାପ ହ୍ରାସ ପାଇବା ପରେ 79 ବର୍ଷିୟା ଗାୟିକାଙ୍କୁ ଶନିବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ଆଜି ତାଙ୍କର କୋଭିଡ -19 ଟେଷ୍ଟ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ