ETV Bharat / sitara

କୋରୋନା କବଳରେ ଟକ୍ ସୋ ହୋଷ୍ଟ ଲ୍ୟାରି କିଙ୍ଗ - us-tv-presenter-larry-king

ଫେମସ ଟକ୍ ସୋ ହୋଷ୍ଟ ଲ୍ୟାରି କିଙ୍ଗ କୋରୋନା ସଂକ୍ରମିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

us-tv-presenter-larry-king-infected-with-covid-19
କୋରୋନା କବଳରେ ଟକ୍ ସୋ ହୋଷ୍ଟ ଲ୍ୟାରି କିଙ୍ଗ, ଡାକ୍ତରଖାନାରେ ହେଲେ ଭର୍ତ୍ତି
author img

By

Published : Jan 3, 2021, 7:21 PM IST

ଲସ୍ ଆଞ୍ଜେଲସ୍: ଆମେରିକାର ଫେମସ ଟକ୍ ସୋ ହୋଷ୍ଟ ଲ୍ୟାରି କିଙ୍ଗ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ତାଙ୍କୁ ଏଠାରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

ରବିବାର ଆମେରିକାର ମିଡିଆ ରିପୋର୍ଟରୁ ଏହି ସୂଚନା ମିଳିଛି । ଲ୍ୟାରି କିଙ୍ଗଙ୍କୁ 87 ବର୍ଷ ବୟସ ।

ପୂର୍ବତନ ସିଏନ୍ଏନ୍ ସାକ୍ଷାତକାରକାରୀଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ, ଲ୍ୟାରି ଏକ ସପ୍ତାହରୁ ଅଧିକ ସମୟ ଧରି ସେଡାର୍ସ-ସିନାଇ ମେଡିକାଲରେ ଅଛନ୍ତି । ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟରେ କିଙ୍ଗର ପ୍ରତିନିଧୀମାନେ ସର୍ବସାଧାରଣରେ କିଛି ସୂଚନା ଦେଇନାହାଁନ୍ତି । ତାଙ୍କର ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ କିଛି ସୂଚନା ମିଳିନାହିଁ ।

ଏକ ସୂତ୍ର CNN କୁ କହିଛି ଯେ, ଲ୍ୟାରି ବର୍ଷ ବର୍ଷ ଧରି ଅନେକ ସ୍ବାସ୍ଥ୍ୟ ସମସ୍ୟା ସହ ଲଢୁଛନ୍ତି । 2019 ରେ, 87 ବର୍ଷୀୟ ହୋଷ୍ଟ ଲ୍ୟାରି ଏକ ଷ୍ଟ୍ରୋକ୍ ରେ ପୀଡିତ ହୋଇ ଏଞ୍ଜିଓପ୍ଲାଷ୍ଟି କରିଥିଲେ ।

କିଙ୍ଗ ଏହା ମଧ୍ୟ କହିଛନ୍ତି ଯେ 2017 ରେ ତାଙ୍କର ଲଗ୍ସ କ୍ୟାନ୍ସର ଚିକିତ୍ସା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.