ଭୁବନେଶ୍ବର: ଆଗକୁ ଆସିବାକୁ ଯାଉଛି ନୂଆ ଓଡିଆ ଚଳଚିତ୍ର ମାମା ୱେଡ୍ସ ପାପା । ଫିଲ୍ମର ଟାଇଟଲ ଯେମିତି ଇନଟ୍ରେଷ୍ଟିଂ, ଫିଲ୍ମ୍ରେ ଷ୍ଟୋରୀ ଲାଇନ ମଧ୍ୟ ସେତିକି ହଟକେ ରହିଛି । ଶ୍ରୀହାନ ସିନେ କ୍ରିଏସନ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓଲିଉଡର ଷ୍ଟାଇଲିସ୍ ଡିରେକ୍ଟର ଅପୁ କାନୁନଗୋ । ବୁଧବାର ଚନ୍ଦ୍ରଶେଖରପୁରର ଇଶାନେଶ୍ବର ମନ୍ଦିରରେ ଫିଲ୍ମର ଶୁଭ ମହୁରତ ହୋଇଯାଇଛି ।
ଫିଲ୍ମର ଲିଡରେ କ୍ୟାରେକ୍ଟରରେ ନଜର ଆସିବେ ଅଙ୍କିତ୍ ଓ ମନସ୍ବିନୀ । ଏମାନଙ୍କ ବ୍ୟତିତ ଅନ୍ୟାନ ଚରିତ୍ରରେ ରହିଛନ୍ତି କମେଡି କିଙ୍ଗ ପପୁ ପମପମ ଓ ପୁଷ୍ପା ପଣ୍ଡା । ତେବେ ଗୋଟେ କୁନା ଝିଅ କଣ ପାଇଁ ଆଉ କେମିତି ତାର ମାମା ଓ ପାପାଙ୍କର ବାହାଘର କରାଉଛି, ପରଦାରେ ତାହା ଦର୍ଶକ ଦେଖିବାକୁ ପାଇବେ । ତେବେ ଏହି ଫିଲ୍ମର ସୁଟିଂ ଓଡିଶା ସମେତ ଭାଇଜାଗ୍ ଓ ବିଦେଶ କିଛି ସ୍ଥାନରେ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି । ସେହିପରି ଫିଲ୍ମିରେ ଗୋଟିଏ ହିନ୍ଦୀ ଗୀତ ରହିବ । ଯାହକୁ ଗାଇବେ ଜଣେ ବଲିଉଡ ସିଙ୍ଗର । ତେବେ ମାର୍ଚ୍ଚ ଶେଷ ସୁଦ୍ଧା ଫିଲ୍ମର ସୁଟିଂ କାମ ଶେଷ କରି ରଜ ବଜାରରେ ରିଲିଜ ପାଇଁ ପ୍ରଯୋଜନ ସଂସ୍ଥା ଯୋଜନା କରିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ