ETV Bharat / sitara

ଡାକ୍ତରଖାନାରୁ ଫଟୋ ସେୟାର କଲେ ଶ୍ରୁତି - ଶ୍ରୁତିଙ୍କ ସର୍ଜରୀ

ଟିଭି ସୋ ସରାରତ ରେ କାମ କରୁଥିବା ଅଭିନେତ୍ରୀ ଶ୍ରୁତି ସେଠଙ୍କୁ ସର୍ଜରୀ କରିବାକୁ ପଡିଥିଲା । ଏଥିସହିତ ସ୍ବାସ୍ଥ୍ୟର ଯତ୍ନ ନେବାକୁ ସେ ତାଙ୍କ ପ୍ରଶଂସକମାନଙ୍କୁ କହିଛନ୍ତି । ଅଧିକ ପଢନ୍ତୁ...

tv-actor-shruti-seth-undergoes-emergency-surgery
ଶ୍ରୁତିଙ୍କ ସର୍ଜରୀ, ଡାକ୍ତରଖାନାରୁ ସେୟାର କଲେ ଫଟୋ
author img

By

Published : Dec 30, 2020, 7:30 AM IST

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ରୁତି ସେଠଙ୍କୁ ସର୍ଜରୀ କରିବାକୁ ପଡିଥିଲା । ଶ୍ରୁତି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଡାକ୍ତରଖାନା ଶଯ୍ୟାରେ ଶୋଇ ଥିବାର ନଜର ଆସିଛନ୍ତି ।

ଫଟୋ ସହିତ ଶ୍ରୁତି ଏକ ଲମ୍ବା କ୍ୟାପସନ୍ ଲେଖିଛନ୍ତି । ଏଥିସହିତ ସ୍ବାସ୍ଥ୍ୟର ଯତ୍ନ ନେବାକୁ ସେ ତାଙ୍କ ପ୍ରଶଂସକମାନଙ୍କୁ କହିଛନ୍ତି ।

ଶ୍ରୁତି ଲେଖିଛନ୍ତି, 2020 ମୋ ପରିବାରକୁ ଏକ ବଡ ଝଟକା ଦେଇଥିଲା, ମୋର ଏମରଜେନ୍ସି ସର୍ଜରୀ କରାଯାଇଛି, ଯେଉଁଥିପାଇଁ ମୋର କ୍ରିସ୍ ମାସ ଏବଂ ନୂତନ ବର୍ଷର ଯୋଜନା କ୍ୟାନସଲ୍ ହୋଇଗଲା । ଏକ ବଡ଼ ସଙ୍କଟରୁ ରକ୍ଷା ପାଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।

ଅଭିନେତ୍ରୀ ଆହୁରି ଲେଖିଛନ୍ତି ଯେ, ମୁଁ ଅନୁଭବ କରୁଛି ଯେ ମୁଁ ମୋର ଶିକ୍ଷା ସେୟାର କରିବାକୁ ଚାହେଁ । ମୋର ଶିକ୍ଷା ଦୟାକରି ତୁମର ସ୍ବାସ୍ଥ୍ୟକୁ ହାଲୁକା ଭାବେ ଗ୍ରହଣ କର ନାହିଁ, ଏହାର ଯତ୍ନ ନିଅ ।

ପ୍ରକାଶ ଥାଉ ଯେ, ଶ୍ରୁତି ଅନେକ ଟିଭି ଶୋରେ କାମ କରିଛନ୍ତି । ଏହି ଅଭିନେତ୍ରୀ ରଣବୀର କପୁରଙ୍କ ସହ ଫିଲ୍ମ ରାଜନୀତିରେ ମଧ୍ୟ କାମ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.