ETV Bharat / sitara

ଖଳନାୟକଙ୍କୁ ଝୁରୁଛି ଓଡିଶା, ଆଜି ବି ତାଜା ମା ରାଣ..ଚକମାଚୁର ଡାଇଲଗ - ହର ପଟ୍ଟନାୟକଙ୍କ ୬୩ତମ ଜନ୍ମ ବାର୍ଷିକ

ଫିଲ୍ମ ପୁରୁଣା ହୋଇଛି ସହ ହେଲେ ଆଜିବି ଲୋକଙ୍କ ମନରେ ତାଜା ହୋଇ ରହିଛି ଓଲିଉଡର ଚର୍ଚ୍ଚିତ ଖଳନାୟକ ହର ପଟ୍ଟନାୟକଙ୍କ ଡାଇଲଗ । ଆଜି ସେହି ବ୍ୟାଡ ବୟଙ୍କ ୬୩ତମ ଜନ୍ମବାର୍ଷିକୀ । ଅଧିକ ପଢନ୍ତୁ...

ହର ପଟ୍ଟନାୟକଙ୍କ ୬୩ତମ ଜନ୍ମ ବାର୍ଷିକ, ଆଜିବି ଦର୍ଶକଙ୍କ ମୁହଁରେ ହରଙ୍କ ଡାଇଲଗ

author img

By

Published : Oct 12, 2021, 9:35 AM IST

ଭୁବନେଶ୍ବର: ‘ମା ରାଣ’, ‘ନାଇ ନାଇ ନାଇ ମ’, ‘ଫୁଲ ବୋବାଲ’, ‘ଗଙ୍ଗା କୂଳକୁ ଆସିଛି ଯେତେବେଳେ ହାତ ନଧୋଇ ଚାଲି ଯିବି’, ଚକମା ଚୁର । ଏହି ସବୁ ଡାଇଲଗ ଦର୍ଶକଙ୍କୁ ଯୋଗାଇଥିଲା ମନୋରଞ୍ଜନର ଖୁରାକ । ଫିଲ୍ମ ପୁରୁଣା ହୋଇଛି ସହ ହେଲେ ଆଜିବି ଲୋକଙ୍କ ମନରେ ସତେଜ ହୋଇ ରହିଛି ଓଲିଉଡର ଚର୍ଚ୍ଚିତ ଖଳନାୟକ ହର ପଟ୍ଟନାୟକଙ୍କ ସମସ୍ତ ଡାଇଲଗ । ସାରା ଓଡିଶା ଥିଲା ତାଙ୍କ ଡାଇଲଗର ଫ୍ୟାନ।

ସେ ଏଇ ଦୁନିଆରେ ଆଉ ନାହାନ୍ତି ସତ ହେଲେ ଏହି ଦମଦାର ଡାଇଲଗକୁ ଲୋକେ ଭୁଲିନାହାନ୍ତି । ଖଳନାୟକ ଭାବେ ଓଡିଆ ଚଳଚିତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ ହର ଭାଇ । ଖାଲି ଖଳନାୟକ ନୁହଁନ୍ତି ଏକା ସାଙ୍ଗରେ ସେ ଥିଲେ ଜଣେ ନିର୍ଦ୍ଦେଶକ ପ୍ରଯୋଜକ ଓ ଚିତ୍ରନାଟ୍ୟ ଲେଖକ ମଧ୍ୟ ।

ସେ ଜଣେ ଭଲ ଅଭିନେତା ହୋଇଥିବା ବେଳେ ଅନେକଙ୍କୁ ମଧ୍ୟ ଅଭିନେତାର ପରିଚୟ ଦେଇଛନ୍ତି । ସେ ଅନୁଭବ ମହାନ୍ତି ହୁଅନ୍ତୁ କି ସବ୍ୟସାଚୀ ମିଶ୍ର ବା ବାବୁସାନ, ଓଲିଉଡର ଏହି ୩ଜଣ ଆଗଧାଡିର ହିରୋଙ୍କୁ ରୂପେଲି ପରଦାକୁ ଆଣିଥିଲେ ହର । ସେ ପାଖପାଖି ୭୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ୨୦ରୁ ଅଧିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ ।

୧୯୭୭ରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ ‘ସୁନାସଂସାର’ ଚଳଚ୍ଚିତ୍ରରେ ନିଜ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ ସେ। ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପାଗଳ ପ୍ରେମୀ’, ‘କଳକୀ ଅବତାର’, ‘ପୁଅ ମୋର ଭୋଳାଶଙ୍କର’ ଓ ‘ସୁହାଗ ସିଦୂର’ ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା ।

ସେହିପରି ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ସହରୀ ବାଘ’ 1985ରେ ଆସିଥିଲା । ଯାହାଦ୍ବାରା ସେ ଓଲିଉଡ ଜଗତରେ ପଦାର୍ପଣ କରିଥିଲେ । ଏହାପରେ ସେ ‘ଯୋର ଯା'ର ମୂଲକ ତାର’, ‘ସୁନା ଚଢେଇ’, ‘ଚକା ଆଖି ସବୁ ଦେଖୁଛି’, ‘ଯାହାକୁ ରଖିବେ ଅନନ୍ତ’, ‘ଅଣ୍ଟି ଛୋରୀ ତଣ୍ଟି କାଟେ’ ଭଳି ଚଳଚ୍ଚିତ୍ରରେ ଖଳନାୟକ ସାଜି ଦର୍ଶକଙ୍କୁ ଖୁବ୍ ଡରାଇଥିଲେ।

କ୍ୟାନସରରେ ପୀଡିତ ହେବା ପରେ ୨୦୧୫ ମସିହା ଜାନୁଆରୀ ୧୩ରେ ଚିର ନିଦ୍ରାରେ ଶୋଇଯାଇଥିଲେ ହର ଭାଇ । ଯାହା ଓଡିଆ ଫିଲ୍ମ ଜଗତ ପାଇଁ ଥିଲା ଏକ ଅପୂରଣୀୟ କ୍ଷତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.