ହାଇଦ୍ରାବାଦ: କୋରୋନା କବଳରେ ତେଲୁଗୁ ଷ୍ଟାର ଜୁନିଅର ଏନଟିଆର । ଏହାକୁ ନେଇ ସେ ଟ୍ବିଟ୍ କରି ନିଜ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । କୋରୋନା ଭାଇରସରେ ସଂକ୍ରମିତ ହେବାପରେ ବର୍ତ୍ତମାନ ସେ ଆଇସୋଲେସନରେ ରହିଛନ୍ତି । ଦେଶରେ ହୁହୁ ହୋଇ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏଭଳିସ୍ଥିତିରେ ସଭିଁଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ଏହି ତେଲୁଗୁ ଷ୍ଟାର ।
-
I’ve tested positive for Covid19. Plz don’t worry,I’m doing absolutely fine. My family & I have isolated ourselves & we’re following all protocols under the supervision of doctors. I request those who’ve come into contact with me over the last few days to pl get tested. Stay safe
— Jr NTR (@tarak9999) May 10, 2021 " class="align-text-top noRightClick twitterSection" data="
">I’ve tested positive for Covid19. Plz don’t worry,I’m doing absolutely fine. My family & I have isolated ourselves & we’re following all protocols under the supervision of doctors. I request those who’ve come into contact with me over the last few days to pl get tested. Stay safe
— Jr NTR (@tarak9999) May 10, 2021I’ve tested positive for Covid19. Plz don’t worry,I’m doing absolutely fine. My family & I have isolated ourselves & we’re following all protocols under the supervision of doctors. I request those who’ve come into contact with me over the last few days to pl get tested. Stay safe
— Jr NTR (@tarak9999) May 10, 2021
କିଛି ଦିନ ହେଲା ଜୁନିଅର ଏନଟିଆରଙ୍କ ଦେହର କୋରୋନାର କିଛି ଲକ୍ଷଣ ଦେଖା ଦେଇଥିଲା । ଏହାପରେ ସେ ନିଜର କୋରୋନା ଯାଞ୍ଚ କରାଇଥିଲେ । ତାଙ୍କ କୋରୋନା ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି । ଏହାକୁ ନେଇ ସେ ଟ୍ବିଟ କରିଛନ୍ତି ଯେ, "ମୁଁ କୋରୋନା ସଂକ୍ରମିତ ହୋଇଛି । ଏଥିପାଇଁ ସେ କେହି ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଡାକ୍ତରଙ୍କ ତତ୍ତ୍ବାବଧାନରେ କୋରୋନାର ସମସ୍ତ ଗାଇଡଲାଇନ ପାଳନ କରୁଛି । ମୋ ସହିତ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ଦୟାକରି ନିଜର କୋରୋନା ଯାଞ୍ଚ କରାଇ ନିଅନ୍ତୁ । ସୁରକ୍ଷିତ ରୁହନ୍ତୁ ।"
ଜୁନିଅର ଏନଟିଆର ଏସଏସ ରାଜମୌଲିଙ୍କ ମେଗା ଚଳଚ୍ଚିତ୍ର ଆରଆରଆର(RRR)ରେ ନଜର ଆସିବେ । ଏଥିରେ ଜୁନିଅର ଏନଟିଆରଙ୍କ ସହ ରାମ ଚରଣ ନଜର ଆସିବେ । ଖାଲି ସେତିକି ନୁହେଁ ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି ।
ଗତ ଡିସେମ୍ବର ମାସରେ ରାମ ଚରଣ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ଏହାସହ ଏପ୍ରିଲ ମାସରେ ଆଲିଆ ଭଟ୍ଟ ମଧ୍ୟ କୋରୋନା ଭାଇରସରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ ।
ସ୍ବାଧିନତା ସଂଗ୍ରାମ ବେଳର ଏକ କାହାଣୀକୁ ନେଇ ଆରଆରଆର(RRR) ଚଳଚ୍ଚିତ୍ର ତିଆରି ହେଉଛି । ସ୍ବାଧିନତା ସଂଗ୍ରାମୀ କୋମାରାମ ଭୀମ ଓ ଆଲ୍ଲୁରୀ ସୀତାଙ୍କ ଜୀବନକୁ ନେଇ ଏହି ଚଳଚ୍ଚିତ୍ର ଆଧାରିତ । ତେଲୁଗୁ, ତାମିଲ, ହିନ୍ଦୀ, ମାଲୟଲମ, କନ୍ନଡ ଓ ଅନ୍ୟାନ୍ୟ ଭାଷାରେ ସିଲଭର ସ୍କ୍ରିନକୁ ଆସିବ ଆରଆରଆର(RRR) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ