ETV Bharat / sitara

ଚିତ୍ରାଙ୍କ ଆତ୍ମହତ୍ୟା କାରଣ ଇଣ୍ଟିମେଟ ସିନ - ‘ପାଣ୍ଡିଆନ୍ ଷ୍ଟୋରେଜ’ ଅଭିନେତ୍ରୀଙ୍କ ଇଣ୍ଟିମେଣ୍ଟ ସିନ ନ୍ୟୁଜ

ସାମ୍ନାକୁ ଆସିଲା ଅଭିନେତ୍ରୀ ଚିତ୍ରାଙ୍କ ଆତ୍ମହତ୍ୟା କାରଣ । ପୂର୍ବରୁ ଏହି ମାମଲାରେ ଗିରଫ ହୋଇସାରିଛନ୍ତି ତାଙ୍କ ସ୍ବାମୀ ହେମନାଥ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 19, 2020, 2:07 PM IST

ଚେନ୍ନାଇ: ଗତ କିଛି ଦିନ ପୂର୍ବରୁ ତାମିଲର ଫେମସ ଅଭିନେତ୍ରୀ ତଥା ଭିଜେ ଚିତ୍ରା କାମରାଜଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଥିଲା । ଚେନ୍ନାଇର ନାଜରାଥପେଟର ଏକ ହୋଟେଲ ରୁମରେ ‘ପାଣ୍ଡିଆନ୍ ଷ୍ଟୋରେଜ’ ଅଭିନେତ୍ରୀଙ୍କ ମୃତଦେହ ମିଳିବା କଥା ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଏହି ମାମଲାରେ ନିକଟରେ ତାଙ୍କ ସ୍ବାମୀ ହେମନାଥଙ୍କୁ ଗିରଫ କରାଯାଇଥିଲା । ହେଲେ ଏବେ ତାଙ୍କ ମାମଲାରେ ଯେଉଁ କାହାଣୀ ସାମ୍ନାକୁ ଆସୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଶୁଣିବାକୁ ମିଳୁଛି ଯେ ପରଦାରେ ତାଙ୍କ ଇଣ୍ଟିମେଣ୍ଟ ସିନକୁ ନେଇ ହେମାନାଥ ତାଙ୍କ ସହ ସବୁବେଳେ ଝଗଡା କରୁଥିଲେ । ଆଉ ତାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ମଧ୍ୟ ହେମନାଥ ତାଙ୍କ ସହ ଝଗଡା କରିଥିଲେ । ପୋଲିସ ସୂଚନା ଅନୁଯାୟୀ ହେମନାଥ ସନ୍ଦେହ କରିଥିଲେ ଯେ ଚିତ୍ରାଙ୍କୁ ଅଟକାଇବା ଏବଂ ମନା କରିବା ପରେ ମଧ୍ୟ ସେ ଏପରି ଭୂମିକା ଏବଂ ଦୃଶ୍ୟର ସୁଟିଂ ବନ୍ଦ କରୁନାହାଁନ୍ତି । ଏହି କାରଣରୁ, ଚିତ୍ରାଙ୍କ ଆତ୍ମହତ୍ୟା ରାତିରେ ମଧ୍ୟ ସୁଟିଂ ଶେଷ କରି ଫେରୁଥିବା ବେଳେ ଉଭୟଙ୍କ ମଧ୍ୟରେ ସମାନ ଯୁକ୍ତିତର୍କ ହୋଇଥିଲା । ଉଭୟ ହୋଟେଲରେ ପହଞ୍ଚିବା ପରେ ସେମାନଙ୍କ ଯୁକ୍ତିତର୍କ ବନ୍ଦ ହୋଇନଥିଲା । ହେମନାଥ ତାଙ୍କୁ ହୋଟେଲ ରୁମରେ ଛାଡି ବାହାରକୁ ଯାଇଥିଲେ । ଏହାପରେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.