ETV Bharat / sitara

Oscarରେ ପ୍ରବେଶ କଲା ତାମିଲ ଫିଲ୍ମ 'କୂଝଙ୍ଗଲ' - ଓସ୍କାର

ଓସ୍କାରରେ ପ୍ରବେଶ କଲା ତାମିଲ ଫିଲ୍ମ 'କୂଝଙ୍ଗଲ' । ୨୦୨୨ ଓସ୍କାର ଆୱାର୍ଡ ପାଇଁ ଭାରତର ଔପଚାରିକ ଏଣ୍ଟ୍ରି ଭାବେ ପିଏସ ବିନୋଥରାଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଚୟନ କରାଯାଇଛି । ଅଧିକ ପଢନ୍ତୁ...

Oscar ରେ ପ୍ରବେଶ କଲା ତାମିଲ ଫିଲ୍ମ 'କୂଝଙ୍ଗଲ'
tamil-film-kujangal-nominated-for-oscar
author img

By

Published : Oct 24, 2021, 10:44 AM IST

ହାଇଦ୍ରାବାଦ: ସିନେମା ଜଗତରେ ସର୍ବଶ୍ରେଷ୍ଠ ପୁରସ୍କାର ଓସ୍କାରରେ ପ୍ରବେଶ କଲା ତାମିଲ ଫିଲ୍ମ 'କୂଝଙ୍ଗଲ' । ୨୦୨୨ ଓସ୍କାର ଆୱାର୍ଡ ପାଇଁ ଭାରତର ଔପଚାରିକ ଏଣ୍ଟ୍ରି ଭାବେ ପିଏସ ବିନୋଥରାଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଚୟନ କରାଯାଇଛି ।

ଚୟନ ପ୍ରକ୍ରିୟାରେ ନିୟୋଜିତ ୧୫ ସଦସ୍ୟ ବିଶିଷ୍ଟ କମିଟି ମୁଖ୍ୟ ଶାଦି ଏନ୍ କୁନ୍ ଏନେଇ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚରେ ଲସ୍ ଆଞ୍ଜେଲସ ଠାରେ ଓସ୍କାର ଉତ୍ସବ ଆୟୋଜିତ ହେବ । ତେବେ 'କୂଝଙ୍ଗଲ' ସିନେମା ଜଣେ ମଦ୍ୟପ ବାପା ଏବଂ ତାଙ୍କ ପୁଅ ମଧ୍ୟରେ ଥିବା ସମ୍ପର୍କ ଉପରେ ପର୍ଯ୍ୟବେଶିତ । ଜଣେ ମଦ୍ୟପ ସ୍ବାମୀର ନିର୍ଯାତନାରେ ବାପଘରକୁ ଚାଲିଯାଇଥିବା ପତ୍ନୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବାପା-ପୁଅ କରିଥିବା ଉଦ୍ୟମ ଏଥିରେ ପ୍ରଦର୍ଶିତ ହୋଇଛି ।

ତେବେ ଏହି କାହାଣୀ ଫିଲ୍ମର ନିର୍ଦ୍ଦେଶକ ବିନୋଥରାଜଙ୍କ ସତ୍ୟ କାହାଣୀ ଉପରେ ଆଧାରିତ । ଅନ୍ୟପଟେ ୨ଟି ହିନ୍ଦୀ ସିନେମା 'ଶେରନୀ' ଓ 'ସର୍ଦ୍ଦାର ଉଦ୍ଧମ' ମଧ୍ୟ ଓସ୍କାର ପାଇଁ ମନୋନୀତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.