ETV Bharat / sitara

ଶୁଭମହୁରତ ହେଲା ଓଡିଆ ଚଳଚ୍ଚିତ୍ର ଜେଜେ ନଂ-୧

ଆଜି(ଶୁକ୍ରବାର) ପବିତ୍ର ନୀଳାଦ୍ରି ବିଜେ ଅବସରରେ ଓଡିଆ ଚଳଚ୍ଚିତ୍ର ଜେଜେ ନଂ-୧ର ଶୁଭ ମହୁରତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 23, 2021, 7:07 PM IST

ନୀଳାଦ୍ରିବିଜେ: ଶୁଭ ମହୁରତ ହେଲା ଓଡିଆ ଚଳଚ୍ଚିତ୍ର ଜେଜେ ନଂ-୧

ଭୁବନେଶ୍ବର: ଆଜି (ଶୁକ୍ରବାର) ହେଉଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ବଡ ଭାଇ ଓ ଭଉଣୀ ସୁଭଦ୍ରାଙ୍କ ସହ ପୁଣି ରତ୍ନସିଂହାସନରେ ବିରାଜମାନ ହେବେ ପ୍ରଭୁ ଜଗନ୍ନାଥ । ଓଡିଆଙ୍କ ଏହି ପବିତ୍ର ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜେଜେ ନଂ-୧ର ଶୁଭମହୁରତ ହୋଇଛି ।

କ୍ରୀଷ୍ଣା ପ୍ରଡକ୍ସନ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହେବାକୁ ଥିବା ବେଳେ ଜେଜେ ଚରିତ୍ରରେ ଅଭିନୟ କରିବେ ବର୍ଷିଆନ କଳାକାର ପ୍ରେମାଞ୍ଜନ ପରିଡା । ସମ୍ପୂର୍ଣ ପାରିବାରିକ କାହାଣୀ ସହ ଲଭ ରୋମାନ୍ସ ବି ଏହି ଚଳଚ୍ଚିତ୍ରରେ ରହିଛି । ଓଡ଼ିଆ ମୌଳିକ କଥାବସ୍ତୁ ଉପରେ ଆଧାରିତ ଏହି ଫିଲ୍ମରେ ସୋପାନସୁ ମହାନ୍ତି ପ୍ରଯୋଜକ ଦାୟିତ୍ବରେ ରହିଥିବା ବେଳେ ବିଭାଶ ନାୟକ ଓ ନାୟିକା ଭୂମିକାରେ ରୂପଶ୍ରୀ ରହିଛନ୍ତି ।

ବୈଦନାଥ ଦାସ ସଂଗୀତ ରଚନା କରିଥିବା ବେଳେ ଅଜା ନାତୀଙ୍କ ସ୍ନେହ ସଂପର୍କର କାହାଣୀକୁ ଲେଖିଛନ୍ତି ବିଶ୍ବରଂଜନ ସାହୁ । କଟକ ଓ ଭୁବନେଶ୍ବରରେ ଫିଲ୍ମଟି ସୁଟିଂ ହେବାକୁ ଥିବା ବେଳେ ଖୁବଶୀଘ୍ର ପରଦାକୁ ଆସିବ ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.