ମୁମ୍ବାଇ: ଲୋକପ୍ରିୟ ସାଉଥ ଅଭିନେତା ଓ ରାଜନେତା ପୱନ କଲ୍ୟାଣ ଆଗାମୀ ଫିଲ୍ମ ‘ବକିଲ ସାବ’କୁ ନେଇକୁ ଉତ୍ସାହିତ ଫ୍ୟାନ୍ସ । ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ପୱନ । ହେଲେ ଏବେ ଚର୍ଚ୍ଚାରେ ତାଙ୍କ ମେଟ୍ରୋ ଯାତ୍ରା । ଗୁରୁବାର ସେ ହାଇଦ୍ରାବାଦରେ ମେଟ୍ରୋ ଯାତ୍ରା କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ୍ ଦେଖିବାକୁ ମିଳୁଛି ।
ଜନସେନା ନେତା ମଧପୁର ମେଟ୍ରୋ ଷ୍ଟେସନରେ ମେଟ୍ରୋରେ ଚଢି ତାଙ୍କ ଆଗାମୀ ଫିଲ୍ମ ‘ବକିଲ ସାବ’ର ସୁଟିଂ ପାଇଁ ମିଆପୁର ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ସହ ନିର୍ମାତା ଦିଲ ରାଜୁ ମଧ୍ୟ ଥିଲେ।
ପୱନ ମେଟ୍ରୋ ଷ୍ଟେସନ କୋଭିଡ -19 ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରବେଶ ଦ୍ବାରରେ ସମସ୍ତ ପ୍ରକ୍ରିୟା ପାଳନ କରିଥିଲେ । ମିଆପୁର ଯାତ୍ରା କରିବାକୁ ଅମରପ୍ରୀତ ଇଣ୍ଟରଚେଞ୍ଜ ଷ୍ଟେସନରେ ସେ ମେଟ୍ରୋ ପରିବର୍ତ୍ତନ କରିଥିଲେ । ଯାତ୍ରା ସମୟରେ ସେ କିଛି ଯାତ୍ରୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ। ଆପଣ ବି ଦେଖନ୍ତୁ ଏହି ଫଟୋ...
- " class="align-text-top noRightClick twitterSection" data="
">