ETV Bharat / sitara

Shruti Haasan BDAY: Salaarରେ ଶ୍ରୁତିଙ୍କ ଫାଷ୍ଟ ଲୁକ୍‌ ରିଲିଜ

author img

By

Published : Jan 28, 2022, 1:59 PM IST

ଆଜି ହେଉଛି ସାଉଥ ଷ୍ଟାର ଶ୍ରୁତି ହାସନଙ୍କ ବର୍ଥ ଡେ' । ଏହି ଅବସରରେ ରିଲିଜ ହୋଇଛି Salaarରେ ଶ୍ରୁତିଙ୍କ ଫାଷ୍ଟ ଲୁକ୍‌ । ଅଧିକ ପଢନ୍ତୁ

Shruti Haasan's BDAY: Salaarରେ ଶ୍ରୁତିଙ୍କ ଫାଷ୍ଟ ଲୁକ୍‌ ରିଲିଜ

ନୂଆଦିଲ୍ଲୀ: ରିଲିଜ ହୋଇଛି 'ସଲାର' ଫିଲ୍ମରେ ଶ୍ରୁତି ହାସନଙ୍କ ଫାଷ୍ଟ ଲୁକ୍‌ । ସାଉଥ ଫିଲ୍ମ ଆର୍ଟିଷ୍ଟ ଶ୍ରୁତି ହାସନଙ୍କ ବର୍ଥ ଡେ' ଅବସରରେ ଏହି ଲୁକ୍‌କୁ ମେକର୍ସ ରିଭିଲ୍‌ କରିଥିବା ବୋଲି ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ସୂଚନା ଦେବା ସହ ଶ୍ରୁତିଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଫିଲ୍ମରେ ଶ୍ରୁତି 'ଆଦ୍ୟା' ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ପ୍ରଭାସ ତାଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି । ଆଦ୍ୟା ଭୂମିକାରେ ଶ୍ରୁତି ଅଭିନୟ କରି ଫିଲ୍ମରେ ଚାର ଚାନ୍ଦ ଲଗାଇଥିବା ନିର୍ଦ୍ଦେଶକ କହିଛନ୍ତି । ଏହାର ପ୍ରଯୋଜନା କରିଛନ୍ତି KGF ଚାପ୍ଟର 1 ଓ KGF ଚାପ୍ଟର 2ର ପ୍ରଯୋଜକ ଓ ନିର୍ଦ୍ଦେଶକ । ଏଥିରେ ଆକ୍ସନ ଓ ଆଡଭେଞ୍ଚର ଭରି ରହିଛି । ଏଥିରେ ପ୍ରମୁଖ ଭୂମିକାରେ ସାଉଥ ଷ୍ଟାର ଗଜପତି ବାପୁ ମଧ୍ୟ ଅଭିନୟ କରିଛନ୍ତି ।

ଏହା ବି ପଢନ୍ତୁ: ନାଗା-ସାମନ୍ଥା ବିଚ୍ଛେଦକୁ ନେଇ ଏମିତି କହିଲେ ନାଗାର୍ଜୁନ

KGF ସିରିଜ ପରେ Hombale Films ସହିତ ପ୍ରଶାନ୍ତ ନିଲଙ୍କ ୩ୟ ଥର ପାଇଁ କାମ କରିଛନ୍ତି । ଏହି ଫିଲ୍ମର ରିଲିଜ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ଏହାରି ମଧ୍ୟରେ ଶ୍ରୁତି ଇନଷ୍ଟାଗ୍ରାମରେ ଲାଇଭ ଯାଇ ଫ୍ୟାନ୍ସଙ୍କ ସହିତ ନିଜ ଜନ୍ମ ଦିବସକୁ ପାଳିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.