ETV Bharat / sitara

ଜୟା ବଚ୍ଚନଙ୍କୁ କଙ୍ଗନାଙ୍କ ଆଟାକ୍‌; କହିଲେ ଆମ ପ୍ରତି ବି ଦେଖାନ୍ତୁ ଦୟା

author img

By

Published : Sep 15, 2020, 2:15 PM IST

ହିନ୍ଦୀ ସିନେ ଜଗତର ପିଛା ଛାଡୁଛି ବାଦ ବିବାଦ । ଗୋଟିଏ ନସରୁଣୁ ଏଠି ମୁଣ୍ଡ ଟେକୁଛି ଏକ ନୂଆ ବିବାଦ । ଏମିତିରେ ବିଗତ କିଛି ଦିନ ହେବ ଶିବସେନା ସହ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ଥିବା ବଲିଉଡ କୁଇନ କଙ୍ଗନା ରଣାୱତ ପୁଣି ଖୋଜି ବାହାର କରିଛନ୍ତି ଏକ ନୂଆ ଟାର୍ଗେଟ ।

jaya bachchan, kangana ranaut, kangana attacks jaya, latest entertainment news, ଜୟା ବଚ୍ଚନ, କଙ୍ଗନା ରଣାୱତ, ଜୟାଙ୍କୁ କଙ୍ଗନାଙ୍କ ଆଟାକ, ଲାଟେଷ୍ଟ ମନୋରଞ୍ଜନ ଖବର
ଜୟା ବଚ୍ଚନଙ୍କୁ କଙ୍ଗନାଙ୍କ ଆଟାକ୍‌; ଦେଖାନ୍ତୁ ଆମ ପ୍ରତି ଦୟା

ମୁମ୍ବାଇ: ହିନ୍ଦୀ ସିନେ ଜଗତର ପିଛା ଛାଡୁଛି ବାଦ ବିବାଦ । ଗୋଟିଏ ନସରୁଣୁ ଏଠି ମୁଣ୍ଡ ଟେକୁଛି ଏକ ନୂଆ ବିବାଦ । ଏମିତିରେ ବିଗତ କିଛି ଦିନ ହେବ ଶିବସେନା ସହ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ଥିବା ବଲିଉଡ କୁଇନ କଙ୍ଗନା ରଣାୱତ ପୁଣି ଖୋଜି ବାହାର କରିଛନ୍ତି ଏକ ନୂଆ ଟାର୍ଗେଟ । ଆଉ ଏଥର ତାଙ୍କ ଟାର୍ଗେଟକୁ ଆସିଛନ୍ତି ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ମଙ୍ଗଳବାର ରାଜ୍ୟସଭାରେ ଜୟା ସିନେ ଜଗତରେ ଚାଲିଥିବା ବିବାଦରେ ଅନ୍ତ ଲଗାଇ କଳାକାରଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଅପିଲ କରିଥିଲେ । ଯାହାକୁ ବିରୋଧ କରି ବର୍ଷିଛନ୍ତି କଙ୍ଗନା ।

ନିକଟରେ ଲାଇମ ଲାଇଟକୁ ଆସିଥିବା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଥିଲା ଡ୍ରଗ୍ସ ଲିଙ୍କ ମାମଲା । ଯାହାକୁ ନେଇ ବଲିଉଡକୁ ଏକ ନାଳ ନର୍ଦ୍ଦମା ବୋଲି ଆଖ୍ୟ ଦେଇଥିଲେ ବଲିଉଡ କୁଇନ ଓ କିଛି ଅନ୍ୟ କଳାକାର । ଯାହାକୁ ବିରୋଧ କରି ଜୟା କହିଥିଲେ କି ଯେଉଁ ଇଣ୍ଡଷ୍ଟ୍ରି ଏହି କଳାକାରଙ୍କ ଏକ ପରିଚୟ ଯୋଗାଇଛି ସେହି ଇଣ୍ଡଷ୍ଟ୍ରିକୁ ଖରାପ କହିବା ପାଇଁ ପଛାଉ ନାହାନ୍ତି, କିଛି ହୀନ ମନସ୍କ କଳାକାର । ଏଭଳି କିଛି ନିର୍ଦ୍ଦିଷ୍ଟ କଳାକାରଙ୍କ ପାଇଁ ହିଁ ଆଜି ବଲିଉଡର ଏକ ଘୃଣ୍ୟ ଚିତ୍ର ସୃଷ୍ଟି ହୋଇଛି ।

ତେଣୁ ଏପରି ବିବାଦ ଉପରେ ସରକାର ଯଥା ଶୀଘ୍ର ପୂର୍ଣ୍ଣଚ୍ଛେଦ ଲଗାଇବା ସହ କଳାକାରଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଜୟା ଅପିଲ କରିଥିଲେ । ଏଥିରେ ପାଲଟା ଆଟାକ କରି କଙ୍ଗନା କହିଛନ୍ତି କି ଏହି ସମାନ ଘଟଣାରେ ଯଦି ତାଙ୍କ ନିଜର ପୁଅ କିମ୍ବା ଝିଅ ରହିଥାଆନ୍ତେ, ତାହେଲେ ବି କ’ଣ ସେ ସମାନ ଭାବେ ପ୍ରତିକ୍ରିୟା ଦେଇଥାଆନ୍ତେ ? କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି କି ଇଣ୍ଡଷ୍ଟ୍ରି ବାହାରୁ ମଧ୍ୟ ଅନେକ କଳାକାର ନିଜ ପରିଶ୍ରମରେ ଆଜି ନିଜ ପରିଚୟ ସୃଷ୍ଟି କରିଛନ୍ତି । ତେଣୁ ସେମାନଙ୍କୁ ସମ୍ମାନ ସହ ସାମାନ୍ୟ ଦୟା ଦେଖାଇବା ପାଇଁ ସେ ଜୟାଙ୍କୁ କହିଛନ୍ତି । ଏନେଇ ସେ ଟ୍ବିଟରେ ଏକ ପୋଷ୍ଟ କରିଛନ୍ତି ।

  • Jaya ji would you say the same thing if in my place it was your daughter Shweta beaten, drugged and molested as a teenage, would you say the same thing if Abhieshek complained about bullying and harassment constantly and found hanging one day? Show compassion for us also 🙏 https://t.co/gazngMu2bA

    — Kangana Ranaut (@KanganaTeam) September 15, 2020 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.