ETV Bharat / sitara

ଓଡ଼ିଶାରେ ବଙ୍ଗଳା ଫିଲ୍ମ ‘ଗୋତ୍ର’ ର ସ୍ପେଶାଲ ସ୍କ୍ରିନିଂ - bengoli movie in odisha

ବଙ୍ଗଳା ଫିଲ୍ମ ‘ଗୋତ୍ର’ର ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ରସୁଲଗଡ ସ୍ଥିତ ସିନେପଲିସରେ ଫିଲ୍ମକୁ ସ୍କ୍ରିନିଂ କରାଯାଇଛି । ଫିଲ୍ମରେ ଓଡିଶା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 26, 2019, 2:09 PM IST

Updated : Aug 26, 2019, 2:52 PM IST

ଭୁବନେଶ୍ବର: ସିନେପଲିସରେ ବଙ୍ଗଳା ଫିଲ୍ମ ‘ଗୋତ୍ର’ର ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ଫିଲ୍ମରେ ଓଡିଶାର ସାମ୍ପ୍ରଦାୟିକତା ଓ ସଦଭାବନାର ସୁନ୍ଦର ଉପସ୍ଥାପନା ସହିତ ସଂସ୍କୃତିକୁ ଅତି ସୁନ୍ଦର ଭାବେ ପଦର୍ଶନ କରାଯାଇଛି । ଫିଲ୍ମଟି ବଙ୍ଗଳା ଦର୍ଶକଙ୍କ ନିକଟରେ ଖୁବ ଆଦୃତ ହେଉଥିବାର ଶୁଣିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଓଡ଼ିଆ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ମାନବିକ ମୂଲ୍ୟବୋଧ ନିକଟରେ ଜାତି, ଗୋତ୍ରର ପ୍ରତିବନ୍ଧକ କିପରି ହାର ମାନିଯାଉଛି ତାହାକୁ ଜ୍ବଳନ୍ତ ଭାବେ ବଙ୍ଗଳାର ନିର୍ଦେଶକ ନନ୍ଦିତା ରାୟ ଓ ଶିବ ପ୍ରସାଦ ମୁଖାର୍ଜୀ ନିଖୁଣ ଭାବେ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କାଇପଦର ଅଞ୍ଚଳର ବୋକାରୀ ବାବାଙ୍କ ଦରଘାର ଧାର୍ମିକ ସଦ୍ଭାବନାର ବାର୍ତ୍ତା ସହ ବଙ୍ଗାଳି ପରିବାରର ରୀତିନୀତି ବିଷୟରେ ଉପସ୍ଥାପନା କରାଯାଇଛି ।

ଫିଲ୍ମରେ ଓଡିଶାର ପ୍ରଖ୍ୟାତ ସଙ୍ଗୀତ ରଙ୍ଗବତୀକୁ ବଙ୍ଗଳା ଭାଷାରେ ମଧ୍ୟ ଏଥିରେ ସ୍ଥାନିତ କରାଯାଇଛି । ଏହାକୁ ଦେଖିବାଆକୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀ ପରିଜାଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହିତ ଦୁଇଟି ରାଜ୍ୟ ମଧ୍ୟରେ ଏଭଳି ସାଂସ୍କୃତିକ ଆଦାନପ୍ରଦାନ ଆଗାମୀ ଦିନରେ ନୂତନ ସମ୍ଭାବନା ଆଣିଦେବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ବଙ୍ଗଳା ଫିଲ୍ମ "ଗୋତ୍ର"ର ସ୍ୱତନ୍ତ୍ର ପ୍ରଦର୍ଶନ ଭୁବନେଶ୍ୱର ର ସିନେପୋଲିସ ମଲ ଠାରେ ଅନୁଷ୍ଠିତ ହୋଇଛି।ଯେଉଁଥିରେ ଓଡ଼ିଶାର ସାମ୍ପ୍ରଦାୟିକ ସଦଭାଵନାର ସୁନ୍ଦର ଉପସ୍ଥାପନା ସହିତ ଆମ ର ସାସଂସ୍କୃତିକ ବୈଚିତ୍ରର ନିଛକ ନିଦର୍ଶନ ଦେଖିବାକୁ ମିଳିଛି।ଯାହାକି ବେଙ୍ଗାଲି ଦର୍ଶକଙ୍କ ନିକଟରେ ଖୁବ ଆଦୃତ ହେଉଥିବାର ଶୁଣିବାକୁ ମିଳୁଛି।

Body:ଓଡ଼ିଆ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଫିଲ୍ମ ରେ ମାନବିକ ମୂଲ୍ୟବୋଧ ନିକଟରେ ଜାତି /ଗୋତ୍ରର ପ୍ରତିବନ୍ଧକ କିପରି ହାର ମାନିଯାଉଛି ତାହାକୁ ଜ୍ବଳନ୍ତଭାବେ ବଙ୍ଗଳାର ନିର୍ଦେଶକ ନନ୍ଦିତା ରାୟ ଓ ଶିବ ପ୍ରସାଦ ମୁଖାର୍ଜୀ ନିଖୁଣଭାବେ ଉପସ୍ଥାପନ କରିଛନ୍ତି।ଯେଉଁଥିରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କାଇପଦର ଅଞ୍ଚଳର ବୋକାରୀ ବାବାଙ୍କ ଦରଘାର ଧାର୍ମିକ ସଦ୍ଭାବନା ର ବାର୍ତା ସହ ବେଙ୍ଗଲି ପରିବାରର ରୀତିନୀତି ବିଷୟରେ ଉପସ୍ଥାପନା କରାଯାଇଛି।କିପରି ଏକ ହିନ୍ଦୁ ଘର ର ମା ହୋଇ ମଧ୍ୟ ଅଜଣା ମୁସଲମାନ ଯୁବକର ଭଲପାଇବା ରେ ଭୁଲି ତାକୁ ତାର ମାର ମମତା ଦେଇ ପାରିଛି ଖୁବ ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି।ଆହୁରି ମଧ୍ୟ ଏଥିରେ ଓଡିଶା ର ପ୍ରଖ୍ୟାତ ସଙ୍ଗୀତ ରଙ୍ଗବତୀକୁ ବଙ୍ଗଳା ଭାଷାରେ ଏଥିରେ ସ୍ଥାନିତ କରିଛି।
ଏହାକୁ ଦେଖିବାଆକୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀ ପରିଜାଙ୍କ ଏଭଳି ପ୍ରୟାସକୁ ପ୍ରସଂଶା କରିବା ସହିତ ଦୁଇଟି ରାଜ୍ୟ ମଧ୍ୟରେ ଏଭଳି ସାଂସ୍କୃତିକ ଆଦାନପ୍ରଦାନ ଆଗାମୀ ଦିନରେ ନୂତନ ସମ୍ଭାବନା ଆଣିଦେବ ବୋଲି କହିଛନ୍ତି।
ବାଇଟ-ଅକ୍ଷୟ ପରିଜା-ପ୍ରଯୋଜକ-ଗୋତ୍ର
ବାଇଟ-ଦେବଦାସ ଛୋଟରାୟ-କବି,

Conclusion:
Last Updated : Aug 26, 2019, 2:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.