ହାଇଦ୍ରାବାଦ: ଦୁଇମାସ ପରେ ସରିଛି ଇମତାଜ ଅଲ୍ଲୀଙ୍କ ‘ଲଭ ଆଜ କଲ-2’ର ସୁଟିଂ । ହିମାଞ୍ଚଳରେ ସାରା ଓ କାର୍ତ୍ତିକ ସୁଟିଂ କରିବା ସହ ଖୁବ ମସ୍ତି କରୁଥିଲେ । ହିମାଞ୍ଚଳର ଅନେକ ଯାଗାରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏବେ ସୁଟିଂ ସରିବା ପରେ ଦୁଃଖି ଅଛନ୍ତି ସାରା ।
ଇନଷ୍ଟାଗ୍ରାମରେ ଇମୋସନାଲ ପୋଷ୍ଟ କରିଛନ୍ତି ସୈଫ କନ୍ୟା ସାରା । ଏହାସହ 23 ବର୍ଷିୟ କାର୍ତ୍ତିକଙ୍କୁ ଧନ୍ୟବାଦ ଦେବା ସହ କାର୍ତ୍ତିକଙ୍କୁ ମନେ ପକାଇବେ ବୋଲି କହିଛନ୍ତି ସାରା । ଏହାସହ ଫିଲ୍ମର ନିର୍ମାତା ଇମତାଜ ଅଲ୍ଲୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ପ୍ରକାଶଥାଉକି, ଅତୀତରେ ସାରା, କାର୍ତ୍ତିକଙ୍କୁ ପସନ୍ଦ କରନ୍ତି ବୋଲି କରନଙ୍କ ଶୋ'ରେ କହିଥିଲେ । ମାର୍ଚ୍ଚ ମାସରେ କାର୍ତ୍ତିକ ଫିଲ୍ମର ପ୍ରଥମ ଲୁକ ସେୟାର କରିଥିଲେ । ଫିଲ୍ମଟି 2009ର ହିଟ ଫିଲ୍ମ ‘ଲଭ ଆଜ କଲ’ର ସ୍ବିକେଲ । ଏହା 2020 ଭାଲେଣ୍ଟାଇନ୍ସ ଡେ'ରେ ରିଲିଜ ହେବ ।