ହାଇଦ୍ରାବାଦ: ଟଲିଉଡ଼ ଷ୍ଟାର ସାଇଧରମ ତେଜ ଗତ ଶୁକ୍ରବାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କର କାନ୍ଧ ହାଡ଼ ଭାଙ୍ଗିଯାଇଥିବା ବେଳେ ଆଜି(ରବିବାର) ତାଙ୍କର କୋଲାରବୋନ ସର୍ଜରୀ ସଫଳ ହୋଇଛି । ବର୍ତ୍ତମାନ ତେଲେଙ୍ଗାନା ହାଇଦ୍ରାବାଦ ଜୁବଲି ହିଲ୍ସ ନିକଟରେ ଥିବା ଆପୋଲୋ ହସ୍ପିଟାଲରେ ଚିକିତ୍ସିତି ହେଉଛନ୍ତି ।
ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହାସହିତ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମୟକ୍ରମେ ସୁଧାର ଆସୁଛି । ଦୁର୍ଘଟଣାରେ ତାଙ୍କର କାନ୍ଧ ହାଡ଼ ଭାଙ୍ଗିଯାଇଥିବା ବେଳେ ଏହାର ସର୍ଜରୀ କରାଯାଇଥିଲା, ଯାହା ସଫଳ ହୋଇଛି ବୋଲି ଡାକ୍ତର କହିଛନ୍ତି । ତାଙ୍କୁ ଲଗାତାର ଭାବେ ଡାକ୍ତର ତଦାରଖ କରିବା ସହିତ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା କହିଛନ୍ତି ।
ଏହା ବି ପଢନ୍ତୁ: ଦୁର୍ଘଟଣାରେ ଟଲିଉଡ ଅଭିନେତା ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ତେବେ ସୂଚନା ଥାଉ କି ଗତ ଶୁକ୍ରବାର ରାତ୍ରି ସମୟରେ ଦୁର୍ଗମ ଚେରୁଭୁ ବ୍ରିଜ ନିକଟରେ ତାଙ୍କର ଦୁର୍ଘଟଣା ହୋଇଥିଲା । ସେ ବାଇକରେ ଆସୁଥିବା ସମୟରେ ଖସି ପଡିବାରୁ ତଳେ ପଡିଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଏହାପରେ ଅନେକ ତେଲୁଗୁ ଷ୍ଟାର ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ