ETV Bharat / sitara

RRR Box Office: ପ୍ରଥମ ଦିନରେ ୨୫୭ କୋଟି ରୋଜଗାର, USରେ ଭାଙ୍ଗିଲା ବାହୁବଳୀ ରେକର୍ଡ

author img

By

Published : Mar 26, 2022, 7:36 PM IST

ଭାରତୀୟ ଫିଲ୍ମ ଭାବେ ବିଶ୍ବସ୍ତରରେ ନୂଆ ରେକର୍ଡ ସୃଷ୍ଟି କଲା ଏସ.ଏସ୍ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR' । ଅଧିକ ପଢନ୍ତୁ

RRR Box Office: ପ୍ରଥମ ଦିନରେ ୨୫୭ କୋଟି ରୋଜଗାର, USରେ ଭାଙ୍ଗିଲା ବାହୁବଳୀ ରେକର୍ଡ
RRR Box Office: ପ୍ରଥମ ଦିନରେ ୨୫୭ କୋଟି ରୋଜଗାର, USରେ ଭାଙ୍ଗିଲା ବାହୁବଳୀ ରେକର୍ଡ

ମୁମ୍ବାଇ: ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କରିଛି ଏସ. ଏସ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR' । ଏହି ଫିଲ୍ମ ବିଶ୍ବସ୍ତରରେ ସମସ୍ତ ରେକର୍ଡକୁ ଭାଙ୍ଗିଛି । ଆମେରିକାରେ 'Baahubali 2' ରେକର୍ଡ ଭାଙ୍ଗିଛି ଜୁନିଅର NTR ଓ ରାମ ଚରଣଙ୍କ ଅଭିନୀତ ଫିଲ୍ମ । ବିଶ୍ବସ୍ତରରେ ପ୍ରଥମ ଦିନରେ ଫିଲ୍ମଟି ୨୫୭ କୋଟି ଟଙ୍କା ରୋଜଗାର କରିଛି । ଏହାସହ ଫିଲ୍ମଟି ମୋଟ ୧୧ ହଜାର ଥିଏଟରରେ ରିଲିଜ ହୋଇଥିବାବେଳେ ୫ଟି ଭାଷାରେ ରିଲିଜ ହୋଇଛି ।

ଆମେରିକାରେ ଫିଲ୍ମଟି ୫ ମିଲିୟନ ଡଲାର ରୋଜଗାର କରିଛି । ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଏହା ୧୨୦ କୋଟି ୧୯ ଲକ୍ଷ ଟଙ୍କା ରୋଜଗାର କରି ସୃଷ୍ଟି କରିଛି ନୂଆ ରେକର୍ଡ । ସେହିପରି ଆମେରିକାରେ ୪.୫୯ ମିଲିୟନ ଡଲାର ରୋଜଗାର କରି 'ବାହୁବଳୀ-୨' ରେକର୍ଡ ଭାଙ୍ଗିଛି । ଏହାର ବିଶ୍ବସ୍ତରର ରୋଜଗାର ସମସ୍ତ ରେକର୍ଡ ଭାଙ୍ଗିଛି ବୋଲି ଟ୍ରେଡ ଆନାଲିଷ୍ଟମାନେ କହିଛନ୍ତି । ଦେଶରେ ରିଲିଜ ପ୍ରଥମ ଦିନରେ ଫିଲ୍ମ ୧୬୬ କୋଟି ରୋଜଗାର କରିଥିଲା । ହେଲେ ବାହୁବଳୀ-୨ ପ୍ରଥମ ଦିନରେ ୧୫୨ କୋଟି ରୋଜଗାର କରିଥିଲା । R.R.R ଏହି ରେକର୍ଡକୁ ନିଜ ନାମରେ କରିଛି ।

ଫିଲ୍ମଟି କର୍ଣ୍ଣାଟକରେ ୧୬.୪୮ କୋଟି ରୋଜଗାର କରିଥିବାବେଳେ ତାମିଲନାଡୁରେ ୧୨.୭୩ କୋଟି, କେରଳରେ ୪.୩୬ କୋଟି ରୋଜଗାର କରିଛି । ଭାରତର ଅନ୍ୟ ଭାଗରେ ଫିଲ୍ମଟି ୨୫ କୋଟି ରୋଜଗାର କରିଛି । ସମସ୍ତ ଭାଗକୁ ମିଶାଇ ରିଲିଜର ପ୍ରଥମ ଦିନରେ ମୋଟ ୨୫୭ କୋଟି ହାତେଇଛି ଏହି ଫିଲ୍ମ । ଏଭଳି କରି ଭାରତୀୟ ଫିଲ୍ମ ଭାବେ ନୂଆ ଇତିହାସ ରଚିଛି ଏହି ଫିଲ୍ମ । ତେବେ ସୂଚନା ଥାଉ କି ଏହି ଫିଲ୍ମରେ ବଲିଉଡ଼ କଳାକାର ଆଲିଆ ଭଟ୍ଟ ଓ ଅଜୟ ଦେବଗନ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.