ETV Bharat / sitara

Rajinikanth Turns 71: କଣ୍ଡକ୍ଟରରୁ ସୁପରଷ୍ଟାର, ସହଜ ନଥିଲା ଯାତ୍ରା - ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ

ଆଜି ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ । 71 ବର୍ଷରେ ପାଦ ଦେଇଛନ୍ତି ଥଲାଇବା । ଚମତ୍କାର ଅଭିନୟ ପାଇଁ ଦୀର୍ଘ ବର୍ଷ ହେଲାଣଇ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ଏହି ସୁପରଷ୍ଟାର । ଅଧିକ ପଢନ୍ତୁ

Happy Birthday Rajinikanth: ୭୧ ବର୍ଷରେ ଥଲାଇବା

author img

By

Published : Dec 12, 2021, 9:03 AM IST

Updated : Dec 12, 2021, 2:30 PM IST

ହାଇଦ୍ରାବାଦ: ଆଜି ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ । 71 ବର୍ଷରେ ପାଦ ଦେଇଛନ୍ତି ଥଲାଇଭା । ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତଙ୍କୁ ଲୋକେ ଏତେମାତ୍ରାରେ ଭଲ ପାଆନ୍ତି ଯେ ତାଙ୍କୁ ଭଗବାନ ମାନନ୍ତି ପ୍ରଶଂସକ । ଫିଲ୍ମ ରିଲିଜ ହେବା ମାତ୍ରେ ଜନସମୁଦ୍ର ସୃଷ୍ଟି ହୁଏ ହଲରେ । ରଜନୀଙ୍କୁ ଭାରତୀୟ ସିନେମା ଜଗତର ଭଗବାନ(God of Indian cinema) କୁହାଯାଏ ମଧ୍ୟ । ଚମତ୍କାର ଅଭିନୟ ଏବଂ ନିଜର ଡାଏଲଗ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଏହି ହିରୋଙ୍କ ଜୀବନଯାତ୍ରା କିନ୍ତୁ ଖୁବ୍ ସଂଘର୍ଷମୟ । ସାମାନ୍ୟ କୁଲିରୁ ସୁପରଷ୍ଟାର ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ । ନିଜ ଅଭିନୟ ଜରିଆରେ ସମସ୍ତଙ୍କୁ ମୋହିତ କରୁଥିବା ରଜୀନକାନ୍ତି ଆଜି ବୟସର ଆଉ ଏକ ପାହଚରେ ପାଦ ଥାପିଛନ୍ତି ।

ରଜନୀକାନ୍ତଙ୍କ ବିଷୟରେ କିଛି ଜଣଅଜଣା କଥା:

1950 ମସିହା ଆଜିର ଦିନରେ ବେଙ୍ଗାଲୁରୁ ଠାରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ । ଗୋଟିଏ ଗରୀବ ପରିବାରରେ ତାଙ୍କର ଜନ୍ମ । ରଜନୀଙ୍କ ପିତା ରାମୋଜୀ ରାଓ ଗାୟକୱାଡ(Ramoji Rao Gaekwad ) ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ । ରଜନୀକାନ୍ତ ଚାରି ଭାଇ-ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ ଥିଲେ । ତାଙ୍କର ପ୍ରକୃତ ନାମ ଶିବାଜୀ ରାଓ ଗାୟକୱାଡ ଅଟେ । ଯେତେବେଳେ ରଜନୀକାନ୍ତଙ୍କୁ ମାତ୍ର ୫ ବର୍ଷ ହୋଇଥିଲା, ତାଙ୍କର ମାଆ ଜୀଜାବାଇ ଆରପାରିକୁ ଚାଲି ଯାଇଥିଲେ । ସେପଟେ ଦିନକୁ ଦିନ ଘରର ଆର୍ଥିକ ସ୍ଥିତି ମଧ୍ୟ ଖରାପ ହେବାକୁ ଲାଗିଥିଲା । ଯେଉଁ କାରଣରୁ ତାଙ୍କୁ କୁଲି ଖଟିବାକୁ ପଡିଥିଲା । ଏହାପରେ ଟଙ୍କା କମାଇବାକୁ ରଜନୀ କାଠ କାମ କରିଥିଲେ । କିଛି ଦିନ ପରେ ବେଙ୍ଗାଲୁରୁ ପରିବହନ ସେବା(BTS)ରେ ବସ୍ କଣ୍ଟକ୍ଟର ଭାବେ ମଧ୍ୟ ଚାକିରି କରିଥିଲେ ରଜନୀକାନ୍ତ ।

ରଜନୀକାନ୍ତଙ୍କ ଫିଲ୍ମ କ୍ୟାରିୟର:

ଅଭିନୟ ପ୍ରତି ରଜନୀକାନ୍ତଙ୍କ ଖୁବ୍ ଦୁର୍ବଳତା ରହିଥିଲା । ସେ ଜଣେ ଅଭିନେତା ହେବାକୁ ଚାହୁଁଥିଲେ । ଯେଉଁ କାରଣରୁ ରଜନୀକାନ୍ତ ୧୯୭୩ ମସିହାରେ ମାଦ୍ରାସ ଫିଲ୍ମ ସଂସ୍ଥାନରେ ଆଡମିଶନ କରି ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ । ତାଙ୍କର ଘନିଷ୍ଠ ବନ୍ଧୁ ରାଜ୍ ବାହାଦୂର ଆକ୍ଟର ବନିବାର ତାଙ୍କ ସ୍ବପ୍ନକୁ ପୁରା କରିବାରେ ସାହାଯ୍ୟ କରିଥିଲେ ।

୧୯୭୫ ମସିହାରେ ଚଳଚ୍ଚିତ୍ର 'ଅପୂର୍ବା ରାଗନଗାଲ'(Apoorva Raagangal)ରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ସୁପରଷ୍ଟାର ରଜନୀକାନ୍ତ । ନିଜ ପ୍ରାରମ୍ଭିକ କ୍ୟାରିୟରରେ ସେ ବହୁ ନେଗେଟିଭ ଭୂମିକା ନିଭାଇଥିଲେ । 'ଭୁୱନ ଔର କେଲ୍ବିକୁରୀ'(Bhuvana Oru Kelvi Kuri) ଫିଲ୍ମରେ ରଜନୀ ପ୍ରଥମ କରି ହିରୋ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏହାବାଦ୍ ୧୯୮୩ ମସିହାରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ ଏହି ସୁପରଷ୍ଟାର । ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ନାଁ ଥିଲା ଅନ୍ଧା କାନୁନ । ସେହିଦିନ ପରଠୁ ହିଁ କେବଳ ସଫଳତାର ଶିଡି ଚଢି ଚାଲିଛନ୍ତି ରଜନୀକାନ୍ତ । ମେରି ଅଦାଲତ, ଜାନ ଜାନି ଜନାର୍ଦ୍ଦନ, ଭଗବାନ ଦାଦା , ଦୋସ୍ତି ଦୁଶମନି, ଇନସାଫ୍ କୌନ କରେଗା, ଅସଲୀ ନକଲୀ, ହମ, ଖୁନ କା କର୍ଜ, କ୍ରାନ୍ତିକାରୀ, ଚାଲବାଜ, ଇନସାନିୟତ ପ୍ରମୁଖ ସୁପରହିଟ୍ ବଲିଉଡ ଫିଲ୍ମରେ ସେ କାମ କରିଛନ୍ତି । ସେ ୧୬୦ରୁ ଊର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

ରଜନୀକାନ୍ତଙ୍କୁ ତାଙ୍କର ଫ୍ୟାନ୍ସ ଖୁସିରେ ଥଲାଇଭା ଡାକନ୍ତି । ଥଲାଇଭାର(Thalaivar) ଅର୍ଥ ଲିଡର ବା ବସ୍ । ଥଲାଇଭାଙ୍କର ଦେଶର ଅଗଣିତ ଦର୍ଶକ ରହିଛନ୍ତି । ସେହିପରି ଚଳଚ୍ଚିତ୍ର ଜଗତରେ ଚମତ୍କାର ଅଭିନୟ ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି । ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ଭଳି ସମ୍ମାନ ଲାଭ କରିଛନ୍ତି ରଜନୀକାନ୍ତ । ନିକଟରେ ତାଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ(Dadasaheb Phalke Award) ମଧ୍ୟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 12, 2021, 2:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.