ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରଜନୀକାନ୍ତ ପୁଣିଥରେ 370 ଧାର ଉପରେ ବୟାନ ଦେଇଛନ୍ତି । ଆଉ ପିଏମ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ସେ କହିଛନ୍ତି କି ଯେପରି ମୋଦି ସରକାର କାଶ୍ମୀର ପ୍ରସଙ୍ଗର ପ୍ଲାନିଂ କରିଥିଲେ ତାହା ଏକ ମାଷ୍ଟର ଷ୍ଟ୍ରାଟେଜି ଥିଲା ।
ସେ ପ୍ରଥମେ 144 ଧାରା ଲଗାଇ ପରେ ଏହା ସୁନିଶ୍ଚିତ କରିଥିଲେ କି ଏନେଇ କୌଣସି ଅଘଟଣ ଘଟିବ ନାହିଁ। ଏହା ପରେ ବିଲକୁ ରାଜ୍ୟସଭାରେ ଏବଂ ପରେ ଲୋକସଭାରେ ପାସ କରାଇଥିଲେ । ଯାହା ପାଇଁ ଆଜି କାଶ୍ମୀର ଉପରୁ ଆର୍ଟିକଲ 370 ଉଚ୍ଛେଦ ହୋଇପାରିଛି ବୋଲି କହିଛନ୍ତି ରଜନୀ ।
ରଜନୀକାନ୍ତ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ବୁଧବାର ତାମିଲନାଡୁର କାଞ୍ଚିପୁରମ ଆସିଥିଲେ । ଯେଉଁଠାରେ ପତି-ପତ୍ନୀ ଭରଦରାଜା ସ୍ବାମୀ ମନ୍ଦିରରେ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ ।
କଞ୍ଚିପୁରମର ଏହି ମନ୍ଦିରରୁ ରଜନୀକାନ୍ତଙ୍କ ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଯେଉଁଥିରେ ସେ ବିଧି ବିଧାନ ସହ ପୂଜାର୍ଚ୍ଚନା କରୁଥିବାର ଦେଖାଯାଉଛନ୍ତି ।