ETV Bharat / sitara

ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଲେ ଥଲାଇଭା

ଆଜି ସୁପରଷ୍ଟାର ରଜନୀକାନ୍ତ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇଛନ୍ତି । ଯାହାର ଫଟୋ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ ଟ୍ବିଟରେ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 13, 2021, 4:12 PM IST

rajinikanth-gets-second dose-of-covid-19-vaccine-daughter-soundarya-shares-pic
ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଲେ ଥଲାଇଭା

ନୂଆଦିଲ୍ଲୀ: ଦେଶରେ କୋରୋନା ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଏହି ସମୟ ମଧ୍ୟରେ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଦେଶବାସୀଙ୍କୁ ବର୍ତ୍ତମାନ ଭ୍ୟାକ୍ସିନ ଦିଆଯାଉଛି । ଯାହାକୁ ନେଇ ଚଳଚ୍ଚିତ୍ର ତାରକାମାନେ ମଧ୍ୟ ଜଣଙ୍କ ପରେ ଜଣେ ଭ୍ୟାକ୍ସିନ ନେବା ଆରମ୍ଭ କରିଦେଇଛନ୍ତି । ପ୍ରଥମ ଡୋଜ ନେବା ପରେ ଅନେକ ତାରକା ଭ୍ୟାକ୍ସିନର ଦ୍ବିତୀୟ ଡୋଜ ମଧ୍ୟ ନେଉଛନ୍ତି ।

ଆଜି(ଗୁରୁବାର) ସୁପରଷ୍ଟାର ରଜନୀକାନ୍ତ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇଛନ୍ତି । ଯାହାର ଫଟୋ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ ଟ୍ବିଟରେ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ପୋଷ୍ଟ କରାଯାଇଥିବା ଫଟୋରେ ଥଲାଇଭା ଧୂସର ସାର୍ଟ ସହ ଏକ କଳା ରଙ୍ଗର ମାସ୍କ ପିନ୍ଧି ଟିକା ନେଉଥିବାର ଦେଖିବାକୁ ମିଳିଛି । ଏଥିସହ ତାଙ୍କ ସହିତ ତାଙ୍କ ଝିଅ ପାଖରେ ଠିଆ ହୋଇଥିବାର ମଧ୍ୟ ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ଫଟୋ ସେୟାର କରି ସୌନ୍ଦର୍ଯ୍ୟା ଲେଖିଛନ୍ତି, ଆମର ଥଲାଇଭା ଭ୍ୟାକ୍ସିନ ନେଇଛନ୍ତି । କୋରୋନାରୁ ସୁରକ୍ଷିତ ରହିବା ଏବଂ ଏହି ଯୁଦ୍ଧରେ ଜିତିବା # ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।

ପ୍ରକାଶ ଥାଉ ଯେ, ଗତ ମାସରେ ରଜନୀକାନ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର "ଅନ୍ନାଥେ" ର ସୁଟିଂ ପାଇଁ ହାଇଦ୍ରାବାଦ ଯାଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.