ETV Bharat / sitara

ବିବାଦୀୟ ଧର୍ମଗୁରୁ ମା' ଆନନ୍ଦ ଶୀଲାଙ୍କ ଭୁମିକାରେ ପିସି - ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା ଆମାଜନ ଷ୍ଟୁଡିଓର ଫିଲ୍ମ 'ଶୀଲା'ରେ ମା' ଆନନ୍ଦ ଶୀଲା ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶକ ବେରି ଲେଭିନସନ ।

priyanka-chopras-new-movie
'ମା' ଆନନ୍ଦ ଶୀଲା ଭୂମିକାରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା
author img

By

Published : Feb 22, 2020, 12:04 AM IST

ଓ୍ବାଶିଂଟନ: ବଲିଓଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ଆମାଜନ ଷ୍ଟୁଡିଓର ଫିଲ୍ମ 'ଶୀଲା'ରେ ମା' ଆନନ୍ଦ ଶୀଲା ଭୂମିକାରେ ନଜର ଆସିବେ । ପ୍ରିୟଙ୍କା 1984ରେ ରଜନିସ ବାୟୋଟେକ ଆକ୍ରମଣର ଅପରାଧି ମା' ଆନନ୍ଦ ଶୀଲାର ଭୂମିକାରେ ଅଭିନୟ କରିବେ ।

ଶୀଲାଙ୍କୁ ନେଟଫ୍ଲିକସ୍‌ ଡକ୍ୟୁମେଣ୍ଟରି ସିରିଜ 'ଓ୍ବାଇଲ୍ଡ ଓ୍ବାଇଲ୍ଡ କନଣ୍ଟ୍ରି' ରେ ଅଭିନୟ କରିବାର ଦେଖିବାକୁ ମିଳିଥିଲା । ସେ 1981-1985 ପର୍ଯ୍ୟନ୍ତ ଭଗବାନ ଶ୍ରୀ ରଜନିସର ବ୍ୟକ୍ତିଗତ ସଚିବ ଥିଲେ ଏବଂ 'ଭାସକୋ କଣ୍ଟ୍ରି' ରାଜନିସପୁରମ ଆଶ୍ରମର ଦେଖାଶୁଣା କରୁଥିଲେ ।

ପ୍ରିୟଙ୍କା ଚୋପ୍ରାଙ୍କ 'ପରର୍ପଲ ପେବଲ୍ସ' ଏବଂ 'ଜାସମ ସୋସନୋଫ'ଙ୍କ ନିର୍ମିତ ଫିଲ୍ମକୁ ଲେଖିବେ 'ନିକ୍‌ ୟାରବୋର' । ସେ ଏହି ବର୍ଷ ନେଟଫ୍ଲିକସ୍‌ର ପ୍ରୋଜେକ୍ଟ 'ଦ ହ୍ବାଇଟ ଟାଇଗର'ରେ ନଜର ଆସିବେ । ଯେଉଁଥିରେ ଅଭିନେତ୍ରୀଙ୍କ ସହ ରାଜକୁମାର ରାଓ ଅପୋଜିଟ ଲିଡରେ କାମ କରିବେ ।

ଏହାସହ ନିକ ପ୍ରିୟଙ୍କାଙ୍କ ସହ ତାଙ୍କର ପ୍ରଥମ ପ୍ରୋଜେକଟ ଘୋଷଣା କରିଥିଲେ । ନିକ ଓ ପ୍ରିୟଙ୍କା ଦୁହେଁ ଆମାଜନର ରିୟାଲିଟି ସିରିଜ ନିର୍ମାଣ କରିବାକୁ ଯାଉଛନ୍ତି । ଏହାର ସୁଟିଂ ଏହି ବର୍ଷ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.