ETV Bharat / sitara

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ତ୍ରିଶାଙ୍କ ଅଭିନୀତ ‘ପରମାପଦମ୍ ଭିଲାଏତୁ’

author img

By

Published : Apr 13, 2021, 11:04 AM IST

ବୁଧବାର ରିଲିଜ ହେବ ‘ପରମାପଦମ୍ ଭିଲାଏତୁ’ । ତାମିଲ ନୂଆବର୍ଷରେ ଦମଦାର କାହାଣୀ ଓଟିଟିରେ ଦେଖିବାକୁ ପାଇବେ ସାଉଥ ଦର୍ଶକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ

ଚେନ୍ନାଇ: ସାମ୍ନାକୁ ଆସିଲା ଗଡନ୍ୟୁଜ । ସାଉଥ ସୁନ୍ଦରୀ ତ୍ରିଶା କ୍ରିଷ୍ଣନ୍‌ଙ୍କ ଆଗାମୀ ପଲଟିକାଲ ଥ୍ରିଲର ତାମିଲ ଫିଲ୍ମ ‘ପରମାପଦମ୍ ଭିଲାଏତୁ’ ବୁଧବାର ଓଟିଟି ପ୍ଲାଟପର୍ମ ଡିଜନି ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି । ତାମିଲ ନବବର୍ଷରେ ଫିଲ୍ମ ରିଲିଜ କରି ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ସ୍ଥିର କରିଛନ୍ତି ମେକର୍ସ ।

ଫିଲ୍ମରେ ତ୍ରିଶା ଜଣେ ଡାକ୍ତରାଣୀ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ଯିଏ ଜଣେ ରାଜନୈତିକ ନେତା ଚେଜିଆନ୍‌ର ଚିକିତ୍ସା କରୁଛନ୍ତି। ପ୍ରକୃତ ରାଜନୈତିକ ଘଟଣା ଉପରେ ଆଧାରିତ ଫିଲ୍ମ । ଯାହାର କାହାଣୀ କେ ଥିରୁଗନ୍ନାମ୍ ଲେଖିଛନ୍ତି । ସେହିପରି ସେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ ତୁଲାଇଛନ୍ତି ସେ । ଫିଲ୍ମଟି ତ୍ରିଶାଙ୍କ 60ତମ ଫିଲ୍ମ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ ।

ଫିଲ୍ମ ବିଷୟରେ ଆଲୋଚନା କରି ତ୍ରିଶା କହିଛନ୍ତି, ‘ଏହି ଫିଲ୍ମରେ ଏକ ଜବରଦସ୍ତ କାହାଣୀ ରହିଛି ଯାହା ଦର୍ଶାଏ ଯେ ଜଣେ ସାଧାରଣ ନାଗରିକ କିପରି ରାଜନୈତିକ ଶକ୍ତି ପାଇଁ କଳହରେ ଫସିଯାଏ । ଏକ ଶକ୍ତିଶାଳୀ ମହିଳା ଚରିତ୍ରର ଚିତ୍ରଣ କରି ମୁଁ ଖୁସି ଅନୁଭବ କରୁଛି । ଆଉ ଆଶା କରୁଛି ଯେ ତାମିଲ ନୂଆବର୍ଷରେ ଦର୍ଶକ ଆମ ଫିଲ୍ମ ଉପଭୋଗ କରିବେ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.