ଭୁବନେଶ୍ବର: ପୁଣି ଦର୍ଶକଙ୍କୁ କନ୍ଦାଇବା ପାଇଁ ରିଲିଜ ହୋଇଯାଇଛି ଜଣାଶୁଣା ଗାୟକ ହ୍ୟୁମାନ ସାଗରଙ୍କ ଦୁଃଖଭରା ଗୀତ ‘ମନେ ତୁ ପଡୁଛୁ ଆଲୋ ପାଗେଳି’ । ପୁଣି ଦମଦାର ଅନ୍ଦାଜରେ ଫେରିଛନ୍ତି ହ୍ୟୁମାନ । ଶୁକ୍ରବାର ଡି ଫିଲ୍ମସ୍ ଦ୍ବାରା ନିର୍ମିତ ଏହି ଗୀତକୁ ୟୁଟ୍ୟୁବରେ ରିଲିଜ କରାଯାଇଛି ।
- " class="align-text-top noRightClick twitterSection" data="">
ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ 49 ହଜାରରୁ ଅଧିକ ଭ୍ୟୁ ମିଳି ସାରିଲାଣି । ସେହିପରି ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଓମ୍, ପ୍ରଜ୍ୟୋତି, ପପୁ । ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଆର୍ ।
ଏହି ମ୍ୟୁଜିକ ଭିଡିଓର କାହାଣୀ ପ୍ରେମରେ ଧୋକାକୁ ନେଇ ଆଧାରିତ । ଏପରି ଅନେକ ସୁପରହିଟ୍ ଗୀତ ଓଲିଉଡକୁ ଦେଇସାରିଲେଣଇ ହ୍ୟୁମାନ ସାଗର ।