ETV Bharat / sitara

ନଭେମ୍ବର 24ରେ ଗ୍ରାମୀ ପୁରସ୍କାର 2021ର ନୋମିନେସନ ଘୋଷଣା

author img

By

Published : Oct 23, 2020, 8:50 PM IST

ସାମ୍ନାକୁ ଆସିଲା ଗ୍ରାମୀ ପୁରସ୍କାରର ଘୋଷଣା ତାରିଖ । ନଭେମ୍ବରରେ ବିଶ୍ବର ଲୋକପ୍ରିୟ ଗାୟକ ପାଇବେ ଏହି ପୁରସ୍କାର ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: 63ତମ ଗ୍ରାମୀ ଆୱାର୍ଡ୍ସ 2021ର ଅପେକ୍ଷା କରିଥିବା ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ଆୱାର୍ଡର ନୋମିନେସନ ଘୋଷଣା ନଭେମ୍ବର 24 ତାରିଖରେ କରାଯିବ । ଏହି ନାମାଙ୍କନ ଭାରତୀୟ ସମୟ ଅନୁଯାୟୀ ରାତି 9.30ରେ ପ୍ରସାରଣ ହେବ। ଏକ ଘଣ୍ଟା ଲାଇଭଷ୍ଟ୍ରିମ ମାଧ୍ୟମରେ ଏହି ଘୋଷଣା କରାଯିବ।

ଚେୟାରମ୍ୟାନ ଏବଂ ରେକର୍ଡିଂ ଏକାଡେମୀର ଅଧ୍ୟକ୍ଷ ତଥା ସିଇଓ ହାର୍ଭେ ମେସନ ଜୁନିୟର ନୋମିନେସନ ହୋଷ୍ଟ କରିବେ । ଆଉ ତାଙ୍କ ସହ ଏଥିରେ ଯୋଗ ଦେବେ ପୂର୍ବ ଗ୍ରାମୀ ବିଜେତା ଓ ନୋମିନେଟ ହୋଇଥିବା କଳାକାର।

ପ୍ରକାଶ ଥାଉକି 62ତମ ଗ୍ରାମୀ ଆୱାର୍ଡ 2020ର ଆୟୋଜନ ଏବର୍ଷ ଜାନୁଆରୀ 27ରେ ଲସ୍ ଆଞ୍ଜେଲସର ଷ୍ଟେପଲ୍ସ ସେଣ୍ଟରେ ହୋଇଥିଲା । ସଂଗୀତ ଜଗତର ସବୁଠାରୁ ସମ୍ମାନଜନକ ତଥା ବିଶ୍ବ ପ୍ରସିଦ୍ଧ ପୁରସ୍କାର ଗ୍ରାମୀ ପୁରସ୍କାର, ରେକର୍ଡିଂ ଏକାଡେମୀ ଦ୍ବାରା ପ୍ରତିବର୍ଷ ସଂଗୀତରେ ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ପ୍ରଦାନ କରାଯାଇଥାଏ । ଗ୍ରାମୀ ପୁରସ୍କାରକୁ ଗ୍ରାମୋଫୋନ୍ ପୁରସ୍କାର କୁହାଯାଏ । ଗ୍ରାମୀ ହେଉଛି ବାର୍ଷିକ ସଂଗୀତ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.