ନୂଆଦିଲ୍ଲୀ: ପାକିସ୍ତାନର ଫେମସ ଅଭିନେତ୍ରୀ ଫିରଦୋସ ବେଗମଙ୍କ ଲାହୋରରେ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ସମୟ ଧରି ପାକିସ୍ତାନୀ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କର ପ୍ରତ୍ୟେକ ଚରିତ୍ର ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା ।
ଫିରଦୋସ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ଲାହୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଫିରଦୋସଙ୍କ ମୃତ୍ୟୁରେ ପାକିସ୍ତାନୀ ସିନେମାରେ ଶୋକର ଛାୟା ଖେଳିଯାଇଛି ।
ପ୍ରକାଶ ଥାଉ ଯେ, ଫିରଦୋସ 1963ରେ ଫାନୁସ ଫିଲ୍ମ ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏଥିସହିତ ସେ ପଞ୍ଜାବୀ, ଉର୍ଦ୍ଧୁ ଭାଷାରେ ପ୍ରାୟ 150ଟି ଫିଲ୍ମରେ ଅଭିନୟ କରିଥିଲେ ।