ETV Bharat / sitara

Yash's Birthday: ନୂଆ ପୋଷ୍ଟର ହେଲା ରିଲିଜ

author img

By

Published : Jan 8, 2022, 7:43 PM IST

ରକିଙ୍ଗ୍ ଷ୍ଟାର୍ ୟଶଙ୍କ ୩୮ତମ ବର୍ଥ ଡେ' । ଏହି ଅବସରରେ ରିଲିଜ ହୋଇଛି KGF 2ର ନୂଆ ପୋଷ୍ଟର । ଅଧିକ ପଢନ୍ତୁ

Yash's Birthday: ନୂଆ ପୋଷ୍ଟର ହେଲା ରିଲିଜ
Yash's Birthday: ନୂଆ ପୋଷ୍ଟର ହେଲା ରିଲିଜ

ବେଙ୍ଗାଲୁରୁ: ରକିଙ୍ଗ୍ ଷ୍ଟାର୍ ୟଶଙ୍କ ବର୍ଥ ଡେ'ରେ KGF 2 ଟିମ ଦ୍ବାରା ରିଲିଜ ହୋଇଛି ନୂତନ ପୋଷ୍ଟର । ଏହି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ରର ମୁକ୍ତିଲାଭକୁ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ପୋଷ୍ଟରକୁ ଖୁବ ପସନ୍ଦ କରିଛନ୍ତି । ତେବେ ପୋଷ୍ଟର ରିଲିଜ ପରେ ଫ୍ୟାନ୍ସ ଫିଲ୍ମକୁ ନେଇ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି ।

ଶନିବାର ୟଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ Hombale Films ଏହି ପୋଷ୍ଟରକୁ ରିଲିଜ କରିଛି । ଗତବର୍ଷ ଏହି ଫିଲ୍ମର ଦ୍ବିତୀୟ ଭାଗର ଟ୍ରେଲର ରିଲିଜ ହୋଇଥିଲା । ଏଥିରେ କୋଟି କୋଟି ଭିଉଜ୍‌ ଯାଇଥିଲା । ଏହି ପୋଷ୍ଟରରେ "caution danger ahead" ବା ସାବଧାନ ଆଗକୁ ବିପଦ ଆସୁଛି ବୋଲି ଲେଖାଯାଇଛି । ଏଥିରେ ୟଶଙ୍କ ଆଙ୍ଗ୍ରି ରକି ଭାଇ ଲୁକ୍‌ର ଫଟୋ ରହିଛି ।

ତେବେ ସୂଚନା ଥାଉ କି ଜାନୁଆରୀ ୮ ତାରିଖ ତଥା ଆଜି ୟଶ୍‌ ୩୮ତମ ଜନ୍ମଦିବସକୁ ପାଳନ କରିଛନ୍ତି । ପୋଷ୍ଟରରେ ଥିବା ତାଙ୍କର ଡେଡଲି ଲୁକ୍‌ ସୋସିଆଲ ମିଡି଼ଆରେ ଏବେ ଘୁରି ବୁଲୁଛି । ଏହି ଫିଲ୍ମଟି ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ରିଲିଜ ହେବାକୁ ଥିବା ବେଳେ କୋରୋନା ମହାମାରୀ ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.