ETV Bharat / sitara

ଶିଶୁର ଚିକିତ୍ସାରେ ସହାୟତା କରି ପ୍ରଶଂସାର ପାତ୍ର ହେଲେ ସବ୍ୟସାଚୀ

author img

By

Published : Apr 6, 2021, 4:16 PM IST

ଗତ ବର୍ଷ ଲକଡାଉନ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଥିବା ସବ୍ୟସାଚୀ ଏବେ ପୁଣି ଦେଖାଇଛନ୍ତି ନିଜ ମହାନତା ଗୁଣ । ଅଧିକ ପଢନ୍ତୁ...

ଶିଶୁର ଚିକିତ୍ସାପାଇଁ ସହାୟତା ଯୋଗାଇ ପ୍ରଶଂସାର ପାତ୍ର ହେଲେ ସବ୍ୟସାଚୀ

ବୌଦ୍ଧ: ଅସୁସ୍ଥ ଶିଶୁର ଚିକିତ୍ସା ପାଇଁ ସହାୟତା ଯୋଗାଇ ପ୍ରଶଂସା ସାଉଁଟିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର । ବୌଦ୍ଧ ଜିଲ୍ଲା ଲୁଣିବାହାଲ ପଞ୍ଚାୟତ କଣ୍ଟିଆପଦର ଗ୍ରାମର ସଇତଳା ଉର୍ମା ଗତବର୍ଷ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ନବଜାତ ଶିଶୁର ଅଣ୍ଟା ପାଖରେ ଧିରେ ଧିରେ ଏକ ମାଂସ ପିଣ୍ଡୁଳା ବଢିବାରୁ ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏଭଳି ସ୍ଥିତିରେ ଶିଶୁର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା । ହେଲେ ପରିବାରର ଦୁଃଖ ଦୂର କରିଛନ୍ତି ଅଭିନେତା । ଯାହାକୁ ନେଇ ସବୁ ମହଲରେ ତାଙ୍କର ଚର୍ଚ୍ଚା ।

ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଶିଶୁର ଚିକିତ୍ସା ପାଇଁ ଗୁହାରି କରାଯାଇଥିଲା । ଏନେଇ ଇଟିଭି ଭାରତରେ ଶିଶୁର ଯନ୍ତ୍ରଣା ସମ୍ପର୍କିତ ଖବର ପ୍ରସାରିତ ହୋଇଥିଲା । ସେପଟେ ସଇତଳାଙ୍କ ଶାଶୁ ଘର ବନ୍ଧାପଥର ଠାରେ ମଧ୍ୟ ଶିଶୁର ଚିକିତ୍ସା ପାଇଁ ଶେଷରେ ସମ୍ପର୍କରେ ତିକ୍ତତା ଆସିଥିଲା ।

ଶେଷରେ ସବ୍ୟସାଚୀ ଏହି ଶିଶୁର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଥିଲେ । ବର୍ତ୍ତମାନ ଉକ୍ତ ଶିଶୁ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ଏନେଇ ସବ୍ୟସାଚୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ସହ ଖୁସି ପ୍ରକାଶ କରିଛନ୍ତି । ସବ୍ୟସାଚୀଙ୍କ ଏଭଳି ସାହାଯ୍ୟକୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.