ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ନୂଆବର୍ଷକୁ ସମସ୍ତେ ସ୍ବାଗତ କରିବେ । ଏବର୍ଷର ଦୁଃଖ ଯନ୍ତ୍ରଣାକୁ ସମସ୍ତେ ଭୁଲିଯିବାକୁ ଚାହୁଁଛନ୍ତି । ସେପଟେ କଳା ଜଗତ ମଧ୍ୟ କିଛି ନୂଆ କାହାଣୀ ଦ୍ବାରା ଦର୍ଶକଙ୍କ ମନ କିଣିବାକୁ ଚେଷ୍ଟା ଚଳାଇଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ନୂଆ ଫିଲ୍ମ ନେଇ ଫେରିବ । କାରଣ ଅନନ୍ତ ଭାରତୀ କ୍ରିଏସନ ବ୍ୟାନରେ ପ୍ରସ୍ତୁତ ହେଉଛି ତୃତୀୟ ଅବଦାନ। । ଯାହାର ଟାଇଟେଲ ଘୋଷଣା ହୋଇ ନଥିଲେ ମଧ୍ୟ ଏକ ଅନୁସନ୍ଧାନ ମୂଳକ ବିଷୟବସ୍ତୁକୁ ନେଇ ଫିଲ୍ମଟି ନିର୍ମାଣ ହେବାକୁ ଯାଉଥିବା ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ ।
ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟୁଡିଓ ପରିସରରେ ଫିଲ୍ମର ଷ୍ଟାରକାଷ୍ଟ ମାନଙ୍କ ସହିତ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ଦେବୁ ଓରଫ ସଚ୍ଚିଦାନନ୍ଦ ସାମଲ । ଏହି ଫିଲ୍ମରେ ଶ୍ରୀତମ ଦାସ,ବବି ମିଶ୍ର,ପ୍ରଦ୍ୟୁମ୍ନ ଲେଙ୍କା,ପ୍ରଜ୍ଞା,ଶଙ୍କର ନିର,ଚୌଧୁରୀ ଜୟ ପ୍ରକାଶ,ରାଜ,ଜିନା ସାମଲଙ୍କ ଭଳି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବିଭିନ୍ନ ଭୂମିକାରେ ନଜର ଆସିବେ । ଯାହାର ସୁଟିଂ ମଙ୍ଗଳବାରଠୁ ସ୍ଥାନୀୟ କଳିଙ୍ଗ ଷ୍ଟୁଡିଓ ଠାରେ ଆରମ୍ଭ ହୋଇ ଯାଇଛି ।
ଯାହାକି ଆସନ୍ତା ଜାନୁଆରୀ ମାସରେ ପ୍ରେକ୍ଷାଳୟ ଖୋଲିବା ପରେ ପରଦାକୁ ଆସିବ ବୋଲି ଶୁଣିବାକୁ ମିଳୁଛି । ଏହାର କାହାଣୀ ମୌଳିକ କଥାବସ୍ତୁକୁ ନେଇ କାହାଠାରୁ କପି ନ ହୋଇ ହୋଇ ହୋଇଥିବା ବେଳେ ଓଡ଼ିଆ ଦର୍ଶକଙ୍କୁ ବେଶ ମନୋରଞ୍ଜନର ଖୋରାକ ଦେବ ବୋଲି କଳାକାରମାନେ ଆଶା କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ