ETV Bharat / sitara

ଓଡିଆ ଫିଲ୍ମ ‘ଅତିଥି’ର ଶୁଭ ମହୁରତ

author img

By

Published : Mar 25, 2021, 8:35 AM IST

ଘରକୁ ଆସୁଥିବା ଅତିଥିଙ୍କର ଦମଦାର କାହାଣୀ ନେଇ ରିଲିଜ ହେବ ଫିଲ୍ମ ‘ଅତିଥି’ । ନିକଟରେ ଫିଲ୍ମର ଶୁଭ ମହରୁତ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ...

ଓଡିଆ ଫିଲ୍ମ ‘ଅତିଥି’ର ଶୁଭ ମହୁରତ
ଓଡିଆ ଫିଲ୍ମ ‘ଅତିଥି’ର ଶୁଭ ମହୁରତ

ଭୁବନେଶ୍ବର: ଓଡିଆ ଫିଲ୍ମ ‘ଅତିଥି’ର ଶୁଭ ମହୁରତ ଆୟୋଜିତ ହୋଇଯାଇଛି। ଭୁବନେଶ୍ବର ସ୍ଥିତ ସିଆରପି ହନୁମାନ ମନ୍ଦିର ଠାରେ ମହୁରତ ଅନୁଷ୍ଠିତ କରିଥିଲେ ନିର୍ମାତା । ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ନିର୍ମାଣ ହେବାକୁ ଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅନୁ ଚୌଧୁରୀ, ମନୋଜ ମିଶ୍ର, ଅଭିଷେକ ଗିରି,ଦିବ୍ୟା, ଦୀପନବିତ, ସର୍ବେଶ୍ବର ଚିନ୍ମୟୀ ମିଶ୍ର ଓ ସୁକାନ୍ତ ମିଶ୍ର ।

ଫିଲ୍ମର ପ୍ରଯୋଜନାରେ ସ୍ଥିତ ପଟ୍ଟନାୟକ ଓ ଅଜୟ ପାଢ଼ୀ ନିର୍ଦ୍ଦେଶକ ରହିଛନ୍ତି। ରିଲସ୍ ଆଣ୍ଡ ରିଲସ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଅନେକ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସୁମଧୁର ସ୍ବର ଶୁଣିବାକୁ ମିଳିବ। ଯେଉଁଥିରେ ସାମିଲ ଅଛନ୍ତି ହ୍ୟୁମାନ ସାଗର, ସଞ୍ଚିତା ସୁଭ୍ରଦର୍ଶିନୀ ଅର୍ପିତା ଚୌଧୁରୀ ଓ କୁଲଦୀପ । କୁହାଯାଏ ଯେ ‘ଅତିଥି ଦେବୋ ଭବଃ’, ତେଣୁ ସମସ୍ତ ଅତିଥିଙ୍କୁ ସବୁବେଳେ ସମ୍ମାନ ଦିଅନ୍ତି। ଆଉ ସେହି ଅତିଥି ଯେତେବେଳେ ତାର ମନ୍ଦ ଉଦ୍ଦେଶ୍ୟକୁ ସାଧିତ କରିବାକୁ ପରିବାରକୁ ଛାରଖାର କରିଦିଏ ସେଇଠୁ ଆରମ୍ଭ ହୁଏ କାହାଣୀ ।

ଓଡିଆ ଫିଲ୍ମ ‘ଅତିଥି’ର ଶୁଭ ମହୁରତ

ସେତେବେଳେ କଣ ହୁଏ ସେ ପରିବାର ଅବସ୍ଥା, କେମିତି ସେମାନେ ପୁଣି ସଂଘର୍ଷ କରି ଜୀବନ ଅତିବାହିତ କରନ୍ତି, ଏଭଳି କିଛି କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ। ତେଣୁ ଯୁବ ଗୋଷ୍ଠୀଙ୍କୁ ଆକର୍ଷଣ କରୁଥିବା ଫିଲ୍ମ ସମସ୍ତଙ୍କୁ ଭଲ ଲାଗିବ ବୋଲି ନିର୍ମାତା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.