ନୂଆଦିଲ୍ଲୀ: ତାମିଲି ଅଭିନେତ୍ରୀ ନୟନତାରା । ନିକଟରେ ନୟନତାରା ଏବଂ ତାଙ୍କ ବୟଫ୍ରେଣ୍ଡ ଭିଗ୍ନେଶ ଶିବନ କୋରୋନା ଭାଇରସ୍ ପଜିଟିଭ୍ ଥିବା ଖବର ଶୁଣିବାକୁ ମିଳୁଥିଲା । ତେବେ ଏହି କପୁଲ ଖବରକୁ ମିଛ କହିବା ସହ ସେ କୌଣସି ପରୀକ୍ଷା କରିନଥିବା କହିଛନ୍ତି ।
![nayanthara-and-boyfriend reacted-to-rumours](https://etvbharatimages.akamaized.net/etvbharat/prod-images/11:45:01:1592806501_tn-che-02-niyanthara-vigneshsivan-script-7204954_22062020113730_2206f_1592806050_285.jpg)
ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ପୋଷ୍ଟରେ ଖୁବ୍ ମଜାଳିଆ ଇଙ୍ଗିତ କରବା ସହ ଏପରି ଗୁଜବ ଉପରେ ବିଶ୍ବାସ ନକରିବାକୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି ।
ସେ ଏନେଇ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଭିଡିଓରେ ନୟନତାରା ଏବଂ ଭିଗ୍ନେଶ ବେବି ଫେସ୍ ଫିଲ୍ଟର ବ୍ୟବହାର କରିଛନ୍ତି । ଏହାସହ ସେମାନେ 'ବେବି ସାର୍କ' ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
ତେବେ ସେ ଏହି ପୋଷ୍ଟରେ ଏକ ତାତ୍ସଲ୍ୟପୂର୍ଣ୍ଣ କ୍ୟାପସନ ଦେବାସହ କହିଛନ୍ତି, ମିଡିଆ ଏବଂ ସୋସିଆଲ୍ ମିଡିଆର କୋରୋନା ସମ୍ପର୍କିତ ଖବରକୁ ଆମେ କିଛି ଏପରି ଭାବେ ଗ୍ରହଣ କରିଛୁ । ଆମର ଶୁଭେଚ୍ଛୁମାନଙ୍କ କୃପାରୁ ଆମେ ଖୁସିରେ ଏବଂ ସୁସ୍ଥ ଅଛୁ । ଭଗବାନ ଆମକୁ ଯଥେଷ୍ଟ ଶକ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଛନ୍ତି । ଭଗବାନ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ।
ପ୍ରକାଶ ଥାଉ କି, ‘ନାନମ୍ ରାଉଡି ଧାନ’ ଫିଲ୍ମ ସୁଟିଂ ସମୟରେ ନୟନତାରା ଏବଂ ଭିଗ୍ନେଶ ଶିବନ ପ୍ରେମରେ ପଡିଥିଲେ । ସେମାନେ ପାଞ୍ଚ ବର୍ଷ ଧରି ଏକାଠି ଅଛନ୍ତି । ଏହି କପୁଲ ବର୍ତ୍ତମାନ ଭିଗ୍ନେଶଙ୍କ ଦ୍ବାରା ନିର୍ମିତ ଫିଲ୍ମ ‘ନେଟ୍ରିକାନ୍’ରେ ଏକାଠି କାମ କରୁଛନ୍ତି । ନୟନତାରା ଶେଷ ଥର ପାଇଁ ‘ଦରବାର’ରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ସ୍କ୍ରିନ ସେୟାର କରିଥିଲେ ।