ETV Bharat / sitara

କୋରୋନା ଭାଇରସ ସତର୍କତା: ଘୁଞ୍ଚିଲା ‘ବ୍ଲାକ ୱିଡୋ’ର ରିଲିଜ ତାରିଖ - ମାର୍ବଲ ଷ୍ଟୁଡିଓର ବହୁପ୍ରତିକ୍ଷିତ ଫିଲ୍ମ ‘ବ୍ଲାକ ୱିଡୋ’ ରିଲିଡ ଡେଟ

ବଲିଉଡ ପରେ ଏବେ ହଲିଉଡର ଅନେକ ଫିଲ୍ମର ରିଲିଜ ତାରିଖକୁ ପରିବର୍ତ୍ତନ କରାଯାଇଛି। ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ତାରିଖ ଘୁଞ୍ଚାଯାଇଥିଲା।

black widow release
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାର୍ବଲ ଷ୍ଟୁଡିଓ
author img

By

Published : Mar 19, 2020, 3:07 PM IST

ମୁମ୍ବାଇ: କୋରୋନା ଭାଇରସ ପ୍ରଥମ ମାମଲା 2019 ଡିସେମ୍ବରରେ ଚୀନର ଉହାନରେ ଦେଖିବାକୁ ମିଳିଥିଲା। ଏହାପରଠୁ ବର୍ତ୍ତମାନ ବିଶ୍ବରେ ଏହାକୁ ନେଇ ଆତଙ୍କିତ ଜନସାଧାରଣ। ଯାହାପାଇଁ ସମସ୍ତଙ୍କୁ ନିଜ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଇଛି । ଏହି ଭାଇରସ ପାଇଁ ଅନେକ ସ୍ଥାନରେ ସିନେମାଘର, ମଲ, ଜିମ ଓ ସ୍ବିମିଂପୁଲ ବନ୍ଦ ରଖାଯାଇଛି।

ନିକଟରେ ବଲିଉଡର ଅନେକ ଫିଲ୍ମର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଆଉ ଏବେ ମାର୍ବଲ ଷ୍ଟୁଡିଓର ବହୁପ୍ରତିକ୍ଷିତ ଫିଲ୍ମ ‘ବ୍ଲାକ ୱିଡୋ’ ରିଲିଡ ଡେଟକୁ କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଆମେରିକାରେ ଏହି ଫିଲ୍ମଟି ମେ 1ରେ ରିଲିଜ ହେବାକୁ ଯାଉଥିବା ବେଳେ ଭାରତରେ ଏହାକୁ ଏପ୍ରିଲ 30ରେ ରିଲିଜ କରାଯାଇଥିଆନ୍ତା। ହେଲେ କୋରନା ଭାଇରସ ପାଇଁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ। ଏଯାବତ ଫିଲ୍ମର ଆଗାମୀ ରିଲିଜ ତାରିଖ ଘୋଷଣା ହେଉନାହିଁ । ଫିଲ୍ମଟି ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲ, ତେଲୁଗୁ ଓ ମଲୟାଲମରେ ରିଲିଜ ହେବ।

ପ୍ରକାଶ ଥାଉକି ‘ନୋ ଟାଇମ ଟୁ ଡାଇ’, ଓ ‘କ୍ବାଇଟ ପ୍ଲେସ ପାର୍ଟ 2’ ଓ ‘ମୁଲାନ’ ଭଳି ହଲିଉଡ ଫିଲ୍ମର ମଧ୍ୟ ରିଲିଜ ତାରିଖ ଘୁଞ୍ଚାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.