ହାଇଦ୍ରାବାଦ: ତେଲୁଗୁ ଓ କନ୍ନଡ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମଦାନାଙ୍କ ଘରେ ଗୁରୁବାର ସକାଳେ ଆୟକର ବିଭାଗ ଚଢାଉ କରିଥିଲା । କୋଡୁଗୁ ଜିଲ୍ଲା ସ୍ଥିତ ବିରାଜପେଟରେ ଥିବା ତାଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଆୟକର ବିଭାଗର ପାଖାପାଖି 10 ଜଣ ଅଫିସର ସକାଳ 7.30ରେ ତାଙ୍କ ଘରେ ପହଞ୍ଚିଥିଲେ ।
ତେଲୁଗୁ ଓ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ହାଇପେଡ ଅଭିନେତା ମଧ୍ୟରେ ଅନ୍ୟତମ । ଏହାକୁ ଆଧାର କରି ଆୟକର ବିଭାଗ ଏମିତି ପଦକ୍ଷେପ ନେଇଛି । ଆୟକର ବିଭାଗ ତାଙ୍କ ଘରର କାଗଜପତ୍ର ଯାଞ୍ଚ କରିଥିଲେ । ଯାହା ତାଙ୍କ ପିତାଙ୍କ ନାମରେ ଅଛି ।
ପ୍ରକାଶ ଥାଉକି ରଶ୍ମିକା କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ‘କ୍ରିକ ପାର୍ଟି’ ଫିଲ୍ମ ଜରିଆରେ ପଦାର୍ପଣ କରିଥିଲେ । ବର୍ତ୍ତମାନ ସେ ନିଜ ଆଗାମୀ ଫିଲ୍ମର ସୁଟିଂକୁ ନେଇ ଖୁବ୍ ବ୍ୟସ୍ତ । 2016ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିବା ରଶ୍ମିକାଙ୍କ 2017ରେ ଆସିଥିବା ‘ଅଞ୍ଜନି ପୁତ୍ର’ ଓ ‘ଚମକ’ରୁ ଲୋକପ୍ରିୟ ହୋଇଥିଲେ । ଏହାପରେ ସେ ତେଲୁଗୁ ଡେବ୍ୟୁ 2018ରେ ଆସିଥିବା ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଚାଲୋ’ରୁ କରିଥିଲେ ।
ନିକଟରେ ରିଲିଜ ହୋଇଯାଇଛି ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ସରିଲାରୁ ନୀକେଭରୁ’ । ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ଫେମସ ଆକ୍ଟର ମହେଶ ବାବୁ । ସେହିପରି ସେ ଖୁବଶୀଘ୍ର ଲୋକପ୍ରିୟ ଅଭିନେତା ଅଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ଶୁଣିବାକୁ ମିଳୁଛି ଯେ ସେ ସବୁ ଫିଲ୍ମ ପାଇଁ 1 କୋଟି ଟଙ୍କା ଚାର୍ଜ କରୁଛନ୍ତି ।