ୱାଶିଂଟନ: ହଲିଉଡ ସୁପରଷ୍ଟାର ଡୱେନ ଜନସନଙ୍କୁ ନେଇ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର । କାରଣ ଗୁରୁବାର ସକାଳେ ଖୁଲାସା ହୋଇଛି ଯେ ତାଙ୍କ ପୁରା ପରିବାର କୋରୋନା ଟେଷ୍ଟ ନିକଟରେ ପଜିଟିଭି ବାହାରିଥିବାର । ଏବେ ସମସ୍ତଙ୍କ ଚିକିତ୍ସା ଚାଲିଛି । ଯାହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଉଛନ୍ତି ।
‘ଜୁମାନଜି’ ଆକ୍ଟର ଡୱେନ ଇନଷ୍ଟାଗ୍ରାମରେ ଆଇଜିଟିଭି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜେ ହେଲ୍ଥ ଅପଡେଟ ଦେଉଥିବାର ଦେଖାଯାଉଛନ୍ତି । 11 ମିନିଟ୍ର ଏହି ଭିଡିଓରେ ସୂଚନା ଦେଇ ସେ ଜଣାଇଛନ୍ତି ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ପରିବାର ସୁସ୍ଥ ଅଛନ୍ତି ।
- " class="align-text-top noRightClick twitterSection" data="
">
ସେହିପରି ସେ ଭିଡିଓରେ ଏହା କହୁଥିବାର ନଜର ଆସୁଛନ୍ତି, ‘ମୁଁ ତୁମମାନଙ୍କୁ ଜଣାଇବାକୁ ଚାହୁଁଥିଲେ ଯେ ଗତ ଦୁଇ, ତିନି ସପ୍ତାହରୁ ମୋ କେଉଁ ପରିସ୍ଥିତି ଦେଇ ଗତି କରିଆସୁଥିବା ବିଷୟରେ । ମୁଁ, ମୋ ପତ୍ନୀ ଲରୀନ, ଆଉ ମୋ ଦୁଇଝିଅ ସମସ୍ତେ କୋରୋନା ପଜିଟିଭି ଅଛୁ । ଯାହା ଆମ ପାଇଁ ଚ୍ୟାଲେଞ୍ଜଭରା । ଏପରି ସମସ୍ୟା କେବେ ମଧ୍ୟ ଆମେ ପରିବାରରେ ଦେଖିନଥିଲୁ । ମୁଁ ଚାହୁଁଥିଲେ ଏହି ସଂକ୍ରମଣ କେବଳ ମତେ ହେଉ । କିନ୍ତୁ ଏମିତି ହୋଇନାହିଁ । ପୁରା ପରିବାରରେ ବ୍ୟାପିଯାଇଛି ଏହି ସଂକ୍ରମଣ । ଏହା ଏକ ଧକ୍କା ପରି ଲାଗୁଛି ।’
ପ୍ରକାଶ ଥାଉକି ଏହାସହ ସେ ଫ୍ୟାନ୍ସଙ୍କୁ କୋରୋନା ସହ ଲଢିବା ପାଇଁ ଟିପ୍ସ ମଧ୍ୟ ବାଣ୍ଟିଛନ୍ତି । ଆଉ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ । ନିଜ ପରିବାରକୁ ସୁରକ୍ଷା ଦିଅନ୍ତୁ । ଧ୍ୟାନ ଦିଅନ୍ତୁ ଆପଣଙ୍କ ଘରକୁ ଆସୁଥିବା ଲୋକଙ୍କ ପ୍ରତି । ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ