ETV Bharat / sitara

ସରକାରୀ କାଗଜପତ୍ରରେ ପେନସନଧାରୀ ମୃତ, ଜୀବିତ ପ୍ରମାଣ ପାଇଁ କରିବାକୁ ପଡୁଛି ସଂଘର୍ଷ - uttarpradesh

ସରକାରଙ୍କର ଅବହେଳା ହେତୁ ଜୀବନ୍ତ ଲୋକଙ୍କୁ କାଗଜରେ ମୃତ ଘୋଷଣା କରାଯାଇଛି । ଫଳରେ ପେନସନଧାରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅଧିକ ପଢନ୍ତୁ...

ବଞ୍ଚିକି ବି ମୃତ
ବଞ୍ଚିକି ବି ମୃତ
author img

By

Published : Jan 19, 2021, 10:30 AM IST

ଲକ୍ଷ୍ନୌ: ପେନସନଧାରୀ ବଞ୍ଚିଛନ୍ତି ବୋଲି ପ୍ରମାଣ ଦେବାକୁ ପଡୁଛି । ସରକାରୀ କାର୍ଯ୍ୟାଳୟର କାଗଜପତ୍ରରେ ମୃତ୍ୟୁ ଘୋଷଣା କରାଯାଉଛି ପେନସନଧାରୀଙ୍କୁ । ଫଳରେ ସେମାନଙ୍କୁ ପେନସନ ମିଳିବାରେ ବହୁତ ଅସୁବିଧା ହେଉଛି । ଏହିପରି ଘଟଣା ଘଟିଛି ଉତ୍ତରପ୍ରଦେଶର ମିର୍ଜାପୁର ଅଞ୍ଚଳରେ ।

ସୂଚନାଅନୁସାରେ, ମିର୍ଜାପୁରରେ ଜଣେ କି ଦୁଇଜଣ ନୁହଁନ୍ତି ତିିନି ତିିନି ଜଣ ପେନସନଧାରୀଙ୍କୁ ନିଜକୁ ଜୀବିତ ବୋଲି ପ୍ରମାଣିତ କରିବାକୁ ପଡୁଛି । ଦୀର୍ଘ 20ବର୍ଷ ହେବ ସେ ସରକାରୀ କାର୍ଯ୍ୟାଳୟକୁ ଦୌଡୁଛନ୍ତି ନିଜକୁ ଜୀବିତ ବୋଲି ପ୍ରମାଣିତ କରିବାକୁ । ମାତ୍ର ଏ ଯାଏଁ କୌଣସି ସୁଫଳ ମିଳିନାହିଁ । 70ବର୍ଷୀୟ ରଘୁନାଥ ଗୁପ୍ତା ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରେ ଥିବା କ୍ୟାସିୟର ତାଙ୍କୁ ମୃତ ବୋଲି କହିଥିଲେ । ଅନ୍ୟଜଣେ ବ୍ୟକ୍ତି ହେଲେ 72ବର୍ଷୀୟ କବୀର ଦାସ ବିନ୍ଦଙ୍କୁ ମଧ୍ୟ ସରକାରୀ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି ।

ଆଉ ଜଣେ ବ୍ୟକ୍ତି ହେଲେ ଆମୋଇର ଭୋଲା ସିଂହ । ସେ 20ବର୍ଷ ଧରି ନିଜକୁ ଜୀବିତ ପ୍ରମାଣିତ କରିବାକୁ ଚେଷ୍ଟା ଚଳାଇ ରଖିଛନ୍ତି । ସାର ମୁଁ ବଞ୍ଚିଛି, ମୁଁ ଭୂତ ନିହେଁ ମୁଁ ମଣିଷ ବୋଲି କହି ଆସୁଛନ୍ତି ହେଲେ କିଛି ସୁଫଳ ନାହିଁ । ଗୋଟିଏ କାଗଜରେ ସେ ବଞ୍ଚିଛନ୍ତି ବୋଲି ଲେଖି ସରକାରୀ କାର୍ଯ୍ୟାଳୟକୁ ଯାଉଛନ୍ତି ମାତ୍ର ତାଙ୍କୁ କିଛି ସୁଫଳ ମିଳୁନାହିଁ । ତେବେ ସେମାନଙ୍କୁ କେବେ ନ୍ୟାୟ ମିଳୁଛି ତାକୁ ଅପେକ୍ଷା ।

ଏହି କାହାଣୀ ପ୍ରକୃତ ଜୀବନରେ ଘଟିଛି । ମାତ୍ର ଏହି ସମାନ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇଛି । ଯାହାର ନାଁ ହେଲା 'କାଗଜ ଇନ ଦିନୋ' । ଓଟିଇଟି ପ୍ଲାଟଫର୍ମରେ ବେଶ ପ୍ରଶଂସନୀୟ ହେଉଛି ଚଳଚ୍ଚିତ୍ର 'କାଗଜ ଇନ ଦିନୋ' । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସତୀଶ କୌଶିକ । ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.