ETV Bharat / sitara

ଡିଜିଟାଲ ମୁହାଁ ଦିବ୍ୟଙ୍କା ଓ ରାଜୀବ

ଅଲ୍ଟ ବାଲାଜୀର ଆଗାମୀ ସିରିଜରେ ଛୋଟ ପରଦାର ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଓ ରାଜୀବ ଖଣ୍ଡେୱାଲ । ରୋମାନ୍ସର ଓଭରଡୋଜ ନେଇ ଡିଜିଟାଲ ଦୁନିଆରେ ଡେବ୍ୟୁ କରିବେ ଏହି ଯୋଡି ।

author img

By

Published : Aug 5, 2019, 1:54 PM IST

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ବଲିଉଡ ବ୍ୟତୀତ ଏବେ ଡିଜିଟାଲ ଦୁନିଆର ପପୁଲାରିଟି ଧିରେ ଧିରେ ବଢିବାରେ ଲାଗିଛି । ଦର୍ଶକ ମଧ୍ୟ ଫିଲ୍ମ ସହ ୱେବ ସିରିଜକୁ ପସନ୍ଦ କରିବାରେ ଲାଗିଲେଣି । ତେଣୁ ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ମେକର୍ସ ମଧ୍ୟ ନୂଆ ନୂଆ ୱେବ ସିରିଜ ନିର୍ମାଣ କରୁଛନ୍ତି । ଇତି ମଧ୍ୟରେ ଶୁଣିବାକୁ ମିଳୁଛି ଯେ ଛୋଟ ପରଦାର ଫେମସ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଓ ରାଜୀବ ଖଣ୍ଡେୱାଲ ୱେବ ସିରିଜ ଡେବ୍ୟୁ କରିବାକୁ ଯାଉଛନ୍ତି ।

twitter-2
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଆଜ୍ଞା ହଁ, ଖୁବଶୀଘ୍ର ଏହି ଯୋଡି ଏକତା କପୁରଙ୍କ ଅଲ୍ଟ ବାଲାଜୀରେ ପ୍ରସାରିତ ହେବାକୁ ଯାଉଥିବା ନୂଆ ୱେବ ସିରିଜ ‘କୋଲ୍ଡ ଲସି ଔର ଚିକେନ ମସାଲା’ରେ ଏକାଠି ନଜର ଆସିବେ । ରୋମାନ୍ସର ଓଭରଡୋଜ ନେଇ ଡିଜିଟାଲ ଦୁନିଆରେ ନଜର ଆସିବ ଏହି ଯୋଡି ।

twitter-1
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ଦ୍ଦେଶକ ପ୍ରଦୀପ ସରକାର । ଏହି ସିରିଜରେ ପରିଣୀତା ଓ ମରଦାନି ଭୂମିକାରେ ଦେଖାଯିବେ ଦିବ୍ୟଙ୍କା ଓ ରାଜୀବ ।

ଏହାର ସୂଚନା ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶକ ଟ୍ବିଟରରେ ଏକ ପୋଷ୍ଟ ସେୟାର କରି ଦେଇଛନ୍ତି । ପୋଷ୍ଟରେ ଦିବ୍ୟଙ୍କା ଓ ରାଜୀବ ହ୍ବାଇଟ ଟି-ସର୍ଟରେ ନଜର ଆସିବା ସହ ରୋମାଣ୍ଟିକ ଅନ୍ଦାଜରେ ପରସ୍ପରକୁ ଚାହୁଁଥିବାର ଦେଖାଯାଉଛନ୍ତି ।

ତରଣ ଏହି ପୋଷ୍ଟର ପୂର୍ବରୁ ‘କୋଲ୍ଡ ଲସି ଔର ଚିକେନ ମସାଲା’ର ପ୍ରଥମ ପୋଷ୍ଟର ସେୟାର କରିଥିଲେ । ଯେଉଁଥିରେ ଏକ ରୋଷେଇ ଘରେ ଦିବ୍ୟଙ୍କା ଓ ରାଜୀବଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ଅନ୍ୟପଟେ ଗତ ବର୍ଷ ଏହି ଦୁଇ ଷ୍ଟାର୍ସ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବେ ବୋଲି ଘୋଷଣା କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.