ଭୁବନେଶ୍ବର: ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାଁନ୍ତି। ଦୀର୍ଘଦିନ ଧରି କୋଭିଡରେ ଚିକିତ୍ସା ହେଉଥିଲା ବେଳେ ଆଜି(ଗୁରୁବାର) ଏସସିବି ବଡ଼ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ତେବେ ଆଜି ସକାଳେ ଶରୀର ଅଧିକ ଅସୁସ୍ଥ ହେବାରୁ ହସ୍ପିଟାଲ ନିଆଯାଇଥିଲା ମାତ୍ର ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 50 ବର୍ଷ ବୟସ ହୋଇଥିଲା ।
ଶାନ୍ତିରାଜ ଖୋସଲାଙ୍କ ଘର କୋରାପୁଟର ଜୟପୁରରେ ମାତ୍ର ସେ କିଛି ବର୍ଷ ହେବ କଟକରେ ରହୁଥିଲେ । ଶାନ୍ତିରାଜଙ୍କ ଭାଇ ମଧ୍ୟ ଗତ ବର୍ଷ କୋଭିଡରେ ଚାଲିଯାଇଥିଲେ। ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ସେ ବହୁ ଆଲବମ ଓ ଓଲିଉଡରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ଥିଲେ ।
ଶାନ୍ତିରାଜ ନିଜ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଧନରେ ରଖିବୁ ଶପଥ ମୋର, ବାଇଶି ପାହାଚେ ଖେଳିବ ମୀନ, ତୋର ମୋର ଯୋଡି ସୁନ୍ଦର, ଡ଼ନ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ମତେ ଆଣିଦେଲ ଲକ୍ଷେ ଫଗୁଣ,ଏସିପି ରନବୀର, ମୁଁ ସପନର ସୌଦାଗର ଏହିପରି ଅନେକ ଗୀତରେ ନିର୍ଦ୍ଦେଶନା ଦେଇଥିଲେ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ