କାଲିଫର୍ଣ୍ଣିଆ: ମହାମାରୀ କୋରୋନା ପାଇଁ ଡିଜନିଲ୍ୟାଣ୍ଡ ପାର୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ । ପାର୍କର ଅଧିକାରୀ ଏହାର ସୂଚନା ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଅନାହିମରେ ସ୍ଥିତ ଡିଜନିଲ୍ୟାଣ୍ଡଙ୍କ ପକ୍ଷରୁ ଏହା ଆସନ୍ତା ମାସରେ ଖୋଲାଯିବା ନେଇ ଘୋଷଣା କରାଯାଇଥିଲା । ହେଲେ ଏବେ କୋରୋନା କାୟା ବିସ୍ତାରକୁ ନେଇ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି ।
ଡିଜନୀ ପାର୍କ ଅଧିକାରୀ ବୟାନରେ କହିଥିଲେ ଯେ କୋଭିଡ-19କୁ ନେଇ ଅନେକ ଅନିଶ୍ଚିତତା ରହିଛି । ଅତିଥି ଏବଂ କର୍ମଚାରୀଙ୍କ ସୁରକ୍ଷା ୱାର୍ଲ୍ଡ ଡିଜନୀ କମ୍ପାନୀର ସର୍ବୋଚ୍ଚ ପ୍ରାଥମିକତା ।
ଏହି ମହାମାରୀର ପରିଣାମସ୍ବରୂପ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ସରକାରୀ ଅଧିକାରୀଙ୍କ ଦ୍ବାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଡିଜନୀଲ୍ୟାଣ୍ଡ ରିଜର୍ଟ ଏବଂ ୱାର୍ଲ୍ଡ ଡିଜନୀ ରିଜର୍ଟ ଆଗାମୀ ନୋଟିସ ପର୍ଯ୍ୟନ୍ତ ବନ୍ଦ ରଖାଯିବ ।