ETV Bharat / sitara

ଏଜେଣ୍ଟ ପାଲଟିଲେ ଆଭେଞ୍ଜର୍ସ ଥର - ଆଭେଞ୍ଜର

ଲୋକପ୍ରିୟ ସୁପରହିରୋ ଥର ଭୂମିକାରେ କ୍ରିସଙ୍କ ଆକ୍ଟିଂ ତାଙ୍କୁ ଆଣିଦେଇଛି ଅଗଣିତ ଫ୍ୟାନ୍ସ । ନୂଆ କ୍ୟାରେକ୍ଟର ଲାଗି ସେ ଅନେକ କଷ୍ଟ କରିଥିବା ସ୍ବୀକାର କରିଛନ୍ତି ।

ଫାଇଲ ଫଟୋ
author img

By

Published : May 29, 2019, 12:04 AM IST

ବାଲି: ସାରା ବିଶ୍ବରେ ପ୍ରସିଦ୍ଧ ଲାଭ କରିଥିବା ସୁପରହିରୋ ଫିଲ୍ମ ଆଭେଞ୍ଜରକୁ କିଏ ବା ଭଲ ନପାଏ । ଏଥିରେ ଥିବା ସମସ୍ତ କ୍ୟାରେକ୍ଟରଙ୍କ ମଧ୍ୟରୁ ଅଧିକ ଲୋକପ୍ରିୟ ହେଉଛନ୍ତି କ୍ୟାପ୍ଟେନ ଆମେରିକା, ଥର ଓ ଆଇରନ ମ୍ୟାନ । ଏହି ଭୂମିକାରେ ଆକ୍ଟିଂ କରିଥିବା ଆକ୍ଟରଙ୍କୁ ଆମେ ସମ୍ପୂର୍ଣ୍ଣ ଭାବେ ଏହିସବୁ କ୍ୟାରେକ୍ଟରରେ ଗ୍ରହଣ କରିସାରିଛୁ । ଫ୍ୟାନ୍ସଙ୍କ ମଧ୍ୟରେ ଏକ ସୁପରହିରୋର ଇମେଜ ବନାଇସାରିଥିବା ଏହି ଆକ୍ଟରଙ୍କୁ ଅଲଗା ଭୂମିକାରେ ଆକ୍ଟିଂ କରିବା କେତେ କଷ୍ଟକର ତାହା କ୍ରିସ ହେମ୍ସୱର୍ଥ ଖୁଲାସା କରିଛନ୍ତି ।

ଲୋକପ୍ରିୟ ସୁପରହିରୋ ଥର ଭୂମିକାରେ କ୍ରିସଙ୍କ ଆକ୍ଟିଂ ଯୋଗୁଁ ସେ ପ୍ରଶଂସାର ପାତ୍ର ହୋଇଛନ୍ତି । ଥରର ସମସ୍ତ ପାର୍ଟ ଓ ପରେ ଆଭେଞ୍ଜର ସିରିଜରେ ତାଙ୍କର ଆକ୍ଟିଂ ତାଙ୍କୁ ଆଣିଦେଇଛି ଅଗଣିତ ଫ୍ୟାନ୍ସ । ତେବେ ନିକଟରେ ଏହି ସୁପରହିରୋ ଭୂମିକାରୁ ବାହାରି ସେ ଏକ ଅଲଗା କ୍ୟାରେକ୍ଟରରେ ଆକ୍ଟିଂ କରିଛନ୍ତି । ଏମଆଇବି ସିରିଜର ଚତୁର୍ଥ ପାର୍ଟ ଇଣ୍ଟରନେସନାଲରେ ସେ ଲିଡ ରୋଲରେ ଅଛନ୍ତି ।

ଏହା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଏହି ଭୂମିକା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡିଛି । ସୁପରହିରୋ ଭୂମିକା ଲାଗି ସେ ଲଗାତାର 5-6 ବର୍ଷ ଗୋଟିଏ ପ୍ରକାର ଫିଟନେସ ବନାଇଥିଲେ । ଏପରିକି ତାଙ୍କ ଚେହେରା ମଧ୍ୟ ସେହିପରି ଥିଲା । ହେଲେ ଏହି ନୂଆ ଭୂମିକା ପାଇଁ ତାଙ୍କୁ ଅନେକ ଓଜନ ହ୍ରାସ କରିବାକୁ ପଡିଛି । ଏହାସହ ତାଙ୍କୁ ନିଜ ଆକ୍ଟିଂରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଛି ।

ଗୋଟିଏ କ୍ୟାରେକ୍ଟରେ ଲଗାତାର 5 ବର୍ଷ ରହିବା ପରେ ନୂଆ କ୍ୟାରେକ୍ଟର ଆପଣାଇବା କଷ୍ଟକର ହୋଇପଡେ । ତେବେ ସେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି । ତାଙ୍କୁ ଆଶା ରହିଛି ଦର୍ଶକ ତାଙ୍କର ଏହି ନୂଆ ଅବତାରରେ ତାଙ୍କୁ ବେଶ ପ୍ରଶଂସା କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.