ETV Bharat / sitara

47ରେ ନିର୍ମାତା କିରଣ ରାଓ, ଅଧା ଘଣ୍ଟା କଲ ପରେ ହୋଇଥିଲା ପ୍ରେମ

author img

By

Published : Nov 7, 2020, 3:23 PM IST

ଆମୀରଙ୍କ ପତ୍ନୀ ଆଜି ସେଲିବ୍ରେଟ କରୁଛନ୍ତି ନିଜର 47ତମ ଜନ୍ମଦିନ । ତେବେ ଜନ୍ମଦିନରେ ନଜର ପକାଇବା ଆମୀରଙ୍କ ସହ ତାଙ୍କ ଲଭ ଷ୍ଟୋରୀ ଉପରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁପରଷ୍ଟାର ଆମୀର ଖାନଙ୍କ ପତ୍ନୀ ତଥା ନିର୍ମାତା କିରଣ ରାଓଙ୍କ ଆଜି 47ତମ ଜନ୍ମଦିନ । ଏହି ଯୋଡିଙ୍କ ଲଭ ଷ୍ଟୋରୀ ବଲିଉଡ ଗ୍ୟାଲେରିର ପପୁଲାର ଷ୍ଟୋରି ମଧ୍ୟରେ ଅନ୍ୟତମ । ଦୁଇଜଣଙ୍କ ଶାନଦାର ବଣ୍ଡିଂ ସବୁବେଳେ ଦେଖିବାକୁ ମିଳେ । କିରଣଙ୍କ ପୂର୍ବରୁ ଆମୀର ରିନା ଦତ୍ତଙ୍କୁ ବିବାହ କରିଥିଲେ । ହେଲେ 2002ରେ ପରସ୍ପର ଠୁ ଅଲଗା ହୋଇଯାଇଥିଲେ ଦୁଇଜଣ । ଯାହାପରେ କିରଣଙ୍କ ପାଖରୁ ଆମୀରଙ୍କୁ ଦ୍ବିତୀୟଥର ପ୍ରେମ ମିଳିଥିଲା । ତେବେ ଆସନ୍ତୁ କିରଣଙ୍କ ଜନ୍ମଦିନରେ ଜାଣିବା କିଛି ଖାସ୍ କଥା...

2001ରେ ଆସିଥିବା ବ୍ଲକବଷ୍ଟର ଫିଲ୍ମ ‘ଲଗାନ’ ସେଟରେ ଦୁଇଜଣଙ୍କ ପ୍ରଥମ ସାକ୍ଷାତ ହୋଇଥିଲା । କିରଣ ସହ-ନିର୍ଦ୍ଦେଶିକା ରୂପେ ‘ଲଗାନ’ରେ କାମ କରିଥିଲେ । ଏକ ସାକ୍ଷାତକାରରେ ଆମୀର କହିଥିଲେ, ‘ଲଗାନ ସେଟରେ ଆମ ମଧ୍ୟରେ କୌଣସି ରିଲେସନ ନଥିଲା । ସେ ସହ-ନିର୍ଦ୍ଦେଶକ ରୂପେ କାମ କରୁଥିବା ବେଳେ ମୁଁ ଜଣେ ଅଭିନେତା ଭଳି କାମ କରିଥିଲି । ହେଲେ ମୋ ଛାଡପତ୍ର ପରେ ଦ୍ବିତୀୟଥର ତାଙ୍କୁ ଭେଟିଥିଲି । ଦୁଃଖର ସେହି ସମୟରେ ତାଙ୍କର ଥରେ କଲ ମତେ ଆସିଥିଲା । ଆମେ ଦୁଇଜଣ ଅଧା ଘଣ୍ଟା ପାଖାପାଖି କଥା ହୋଇଥିଲୁ । ଫୋନ ରଖିବା ପରେ ମୋ ପାଟିରୁ ଗୋଟିଏ କଥା ବାହାରିଥିଲା ଓ ମାଇଁ ଗଡ । କାରଣ ତାଙ୍କ ସହ କଥା ହୋଇ ମତେ ଖୁସି ଅନୁଭବ ହୋଇଥିଲା । ଏହାପରେ ଆମେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲୁ । ବିବାହ ପୂର୍ବରୁ ଆମେ ଦେଢ ବର୍ଷ ଏକାଠି ରହିଥିଲୁ ।’ ଏପରି ଥିଲା ଦୁଇଜଣଙ୍କ ମଜାଦାର ଲଭ ଷ୍ଟୋରୀ ।

ପ୍ରକାଶ ଥାଉକି 2005ରେ ଆମୀର ଓ କିରଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇଜଣଙ୍କ ପୁଅ ଆଜାଦ ମଧ୍ୟ ଅଛନ୍ତି । କିରଣ ଜଣେ ପ୍ରଯୋଜକ, ସ୍କ୍ରିନରାଇଟର ଓ ନିର୍ଦ୍ଦେଶିକା ମଧ୍ୟ । ସେ ‘ଜାନ ତୁ..ୟା ଜାନେ ନା’, ‘ଧୋବି ଘାଟ’, ‘ଦଙ୍ଗଲ’, ‘ତଲାଶ’, ‘ସିକ୍ରେଟ ସୁପରଷ୍ଟାର’, ‘ପିପଲି ଲାଇଭ’ ଭଳି ଫିଲ୍ମର ପ୍ରଯୋଜନା କରିଛନ୍ତି । ସେହିପରି ସେ ‘ଧୋବି ଘାଟ’ର ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ ତୁଲାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.