ହାଇଦ୍ରାବାଦ: ଲୋକଗୀତରେ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିପାରୁ ଥିବା ଗାୟକ ହିରା ଲାଲ ଯାଦବ ଆଉ ଏ ଦୁନିଆରେ ନାହାଁନ୍ତି । 83 ବର୍ଷ ବୟସରେ ହିରା ଲାଲଙ୍କ ମୃତ୍ୟୁ ହୋଇଛି । ବାରାଣାସୀର ଭୋଜୁବୀର ସ୍ଥିତ ଏକ ଡାକ୍ତରଖାନାରେ ବହୁଦିନ ହେଲା ଚିକିତ୍ସିତ ହେଉଥିଲେ ହିରା ଲାଲ ।
ତେବେ ଏହି ବର୍ଷ 16 ମାର୍ଚ୍ଚରେ ହିରା ଲାଲ ଯାଦବଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟରରେ ଏ ସମ୍ପର୍କିତ ଏକ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ମୋଦି ।
ତେବେ ହିରା ଲାଲ ବିରହ ଗାୟକ ସମ୍ମାନରେ ସମ୍ମାନିତ ହୋଇଥିଲେ । 1936 ମସିହାରେ ଚେତଗଞ୍ଜରେ ହିରା ଲାଲଙ୍କ ଜନ୍ମ ହୋଇଥିଲା ।