ETV Bharat / sitara

ଓଡିଶାର କ୍ଷୁଦ୍ର ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ପୁରସ୍କାର - ଶିଲୀ

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ବାଲେଶ୍ବରର ଚଳଚ୍ଚିତ୍ର ‘‘ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯’’କୁ ମିଳିଛି ପୁରସ୍କାର । ଚଳଚ୍ଚିତ୍ରରେ ନୀଳଗିରି ବ୍ଳକର ଶିଆଡିମାଳ ପଞ୍ଚାୟତର ବାବନ୍ଧ ଗାଁରେ ବସବାସ କରୁଥିବା ଆଦିବାସୀ ମଦିଆ କୁମ୍ଭାର ପରିବାରର ଝିଅ ଶିଲୀର କାହାଣୀ ଚିତ୍ରିତ ହୋଇଛି । ଅଧିକ ପଢନ୍ତୁ...

ଓଡିଶାର କ୍ଷୂଦ୍ର ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ପୁରସ୍କାର

author img

By

Published : Sep 15, 2021, 10:09 PM IST

ବାଲେଶ୍ବର: ମହାମାରୀ କୋରୋନା କାଳରେ ସ୍କୁଲରେ ଝୁଲିଥିଲା ତାଲା । ଅନଲାଇନରେ ଆରମ୍ଭ ହୋଇଥିଲା ପାଠପଢା । ହେଲେ ଗରିବ ହୋଇଥିବାରୁ ତାଙ୍କ ପାଖରେ ନା ଥିଲା ମୋବାଇଲ, ନା ମିଳିପାରିଥିଲା ଅନଲାଇନ ପାଠପଢାର ସୁଯୋଗ । ହେଲେ ମହାମାରୀ ମାଡରେ ଭାଙ୍ଗିନପଡି ମାଟିହାଣ୍ଡିର ଖପରାରେ ଆଙ୍କିଥିଲେ ସୁନ୍ଦର ଚିତ୍ର , ଯାହାକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଆଜି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପାଇଛି ୪ଟି ପୁରସ୍କାର ।

ନୀଳଗିରି ବ୍ଲକର ଆଦିବାସୀ ବହୁଳ ଅଞ୍ଚଳ ବାବନ୍ଧ ଗାଁର ସସ୍ମିତା ବେହେରା(ଶିଲୀ) । ଯାହାଙ୍କ କୁନି ହାତର କମାଲ ଆଜି ଦେଖିଛି ସାରା ବିଶ୍ବ । ମାଟିହାଣ୍ଡି ଗଢ଼ି ଜୀବନ ଜୀବିକା ନିର୍ବାହ କରୁଥିବା ମଦିଆ କୁମ୍ଭକାର ପରିବାର ଶିଲୀଙ୍କ ମନରେ ଭଙ୍ଗା ମାଟିହାଣ୍ଡିର ଖପରାକୁ ନେଇ ବସା ବାନ୍ଧିଥିଲା ଅସୁମାରୀ ଆଶା । ଏହାକୁ ବାସ୍ତବ ରୂପ ଦେଇ ଜୀବନ୍ତ କରିଥିଲେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଶିଲୀ ।

ଶିଲୀଙ୍କ ଏହି କାମ ବାଲେଶ୍ଵରର ଶିଳ୍ପୀ କେଶୁଦାସଙ୍କ ମନକୁ ବେଶ ଛୁଇଁଯାଇଥିଲା । ଆଉ ସେ ନିର୍ମାଣ କରିଥିଲେ ‘‘ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯’’ ଚଳଚ୍ଚିତ୍ର । ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ନୀଳଗିରି ବ୍ଳକର ଶିଆଡିମାଳ ପଞ୍ଚାୟତର ବାବନ୍ଧ ଗାଁରେ ବସବାସ କରୁଥିବା ଆଦିବାସୀ ମଦିଆ କୁମ୍ଭାର ପରିବାରର ଝିଅ ଶିଲୀର କାହାଣୀ ଚିତ୍ରିତ ହୋଇଛି । ସପ୍ତମ ଶ୍ରେଣୀରେ ପଢ଼ୁଥିବା ଶିଲୀ ଜଣେ କୁନି ଖପରାଶିଳ୍ପୀ। କୋରୋନା ସମୟରେ ସେ ତାର ପାଠପଢ଼ା ସହ ବାପାମାଆକୁ ଘର କାମରେ ସାହାଯ୍ୟ କରିବା ଓ ଗାଁ ଲୋକମାନଙ୍କୁ କୋରୋନା ନେଇ ସଚେତନତା ବାର୍ତ୍ତା ବାଣ୍ଟୁଥିଲେ ।

ଖାଲି ସମୟକୁ ସୁଯୋଗରେ ପରିଣତ କରି ଗାଁରେ ପଡିଥିବା ଭଙ୍ଗା ହାଣ୍ଡି ଖପରା କାତିକୁ ନେଇ ସୁନ୍ଦର ସୁନ୍ଦର ଚିତ୍ର ସବୁ କାନ୍ଥରେ ଆଙ୍କୁଥିଲେ ଶିଲୀ । ଏହାର ଦୃଶ୍ୟକୁ ସୁନ୍ଦର ଭାବରେ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଛି । ଏହା ଏକ 10 ମିନିଟର ଚଳଚ୍ଚିତ୍ର । ଭାରତ ସହ ବ୍ରାଜିଲ, ଫ୍ରାନ୍ସ, ଆଫଗାନିସ୍ତାନ, ଆଫ୍ରିକା ଭଳି ୨୭୫ଟି ଦେଶରୁ ଚଳଚ୍ଚିତ୍ର ଆସିଥିବାବେଳେ ଓଡ଼ିଶାର ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର ସ୍ଥାନିତ ହୋଇଥିଲା । ବାଲେଶ୍ଵରରୁ ଏହା ଏକମାତ୍ର ଫିଲ୍ମ ଭାବେ ହୋଇଥିଲା ମନୋନୀତ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.