ETV Bharat / sitara

ରାମାୟଣ ମହାଭାରତ ପରେ ଏବେ ପୁନଃପ୍ରସାରଣ ହେବ ‘ଶ୍ରୀକୃଷ୍ଣ’

1993ରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ଶୋ’ ‘ଶ୍ରୀକୃଷ୍ଣ’ ପୁଣି ଥରେ ଦୂରଦର୍ଶନରେ ପ୍ରସାରଣ ହେବ ।

srikrishna
ପୁନଃପ୍ରସାରଣ ହେବ ‘ଶ୍ରୀକୃଷ୍ଣ’
author img

By

Published : Apr 24, 2020, 12:44 PM IST

Updated : Apr 24, 2020, 3:02 PM IST

ନୂଆଦିଲ୍ଲୀ: 1993ରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ଶୋ’ ‘ଶ୍ରୀକୃଷ୍ଣ’ ପୁଣି ଥରେ ଦୂରଦର୍ଶନରେ ପ୍ରସାରଣ ହେବ । ଲକଡାଉନ୍ ସମୟରେ ରାମାୟଣ ଏବଂ ମହାଭାରତକୁ ଲୋକେ ବିପୁଳ ପରିମାଣର ଦେଖୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚ୍ୟାନେଲ ନିଷ୍ପତ୍ତି ନେଇଛି ଯେ ‘ଶ୍ରୀକୃଷ୍ଣ’ ଶୋ’କୁ ପୁନଃ ପ୍ରସାରଣ କରିବେ।

ସୂଚନା ଅନୁଯାୟୀ, ଏହି ଶୋକୁ ପୁଣିଥରେ ଦେଖାଇବା ପାଇଁ ଲୋକମାନେ ଦୀର୍ଘ ସମୟ ଧରି ଡିମାଣ୍ଡ କରୁଥିଲେ । ପ୍ରସାର ଭାରତୀ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଶ୍ରୀକୃଷ୍ଣଙ୍କ ଟିଜର ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି - ଶ୍ରୀକୃଷ୍ଣ ଖୁବଶୀଘ୍ର ଡିଡି ନ୍ୟାସନାଲକୁ ଆସୁଛନ୍ତି। ମାତ୍ର ଏହି ଶୋ କେବେ ଟେଲିକାଷ୍ଟ କରାଯିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ଏହି ଖବର ଶୁଣିବା ପରେ ଲୋକ ବହୁତ ଖୁସି ଥିବା ଜଣାପଡିଛି ।

Last Updated : Apr 24, 2020, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.