ହାଇଦ୍ରାବାଦ: ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ବରୁଣ ତେଜଙ୍କୁ ନେଇ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର । ମଙ୍ଗଳବାର ଫେମସ ଆକ୍ଟର ରାମ ଚରଣଙ୍କ କୋରୋନା ସଂକ୍ରମିତ କଥା ଶୁଣିବାକୁ ମିଳିଥିଲା ବେଳେ ବରୁଣଙ୍କ ସଂକ୍ରମିତ ଚର୍ଚ୍ଚାର ଏବେ । ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେ ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି । ତାଙ୍କ ମଧ୍ୟରେ କୋରୋନା ଲକ୍ଷଣ ବହୁତ କମ୍ ଥିଲା ତଥାପି ସେ ପଜିଟିଭି ବାହାରିବାରୁ ନିଜକୁ କ୍ବାରେଣ୍ଟାଇନ କରିଦେଇଛନ୍ତି ।
ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ମୋ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି । ମୋ ମଧ୍ୟରେ କୋରୋନା ଲକ୍ଷଣ ବହୁତ କମ୍ ଦେଖିବାକୁ ମିଳୁଛି । ବର୍ତ୍ତମାନ ମୁଁ ନିଜକୁ ଘରେ କ୍ବାରେଣ୍ଟାଇନରେ ରଖିଛି । ଆଉ ଆବଶ୍ୟକ ନିୟମ ପାଳନ କରୁଛି । ମୁଁ ଶୀଘ୍ର ସୁସ୍ଥ ହୋଇ ଫେରିବି । ସମସ୍ତଙ୍କ ସ୍ନେହ ପାଇଁ ଅନେକ ଅନେକ ଧନ୍ୟବାଦ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ବରୁଣଙ୍କ କଜନ ହେବେ ରାମ ଚରଣ । ସେ ମଧ୍ୟ ଏକ ଟ୍ବିଟ କରି କୋରୋନା ଟେଷ୍ଟ ପଜିଟିଭ ଆସିବା କଥା ଫ୍ୟାନ୍ସଙ୍କୁ ଜଣାଇଥିଲେ । ଏହି ଦୁଇଭାଇ ଗତ ସପ୍ତାହରେ କ୍ରିସମାସ୍ ପାର୍ଟିରେ ସାମିଲ ହୋଇଥିଲେ । ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଅଭିନେତ୍ରୀ ତଥା କଜନ ସିଷ୍ଟରଙ୍କ ପାଇଁ ଏହି କ୍ରିସମାସ୍ ପାର୍ଟିର ଆୟୋଜନ କରିଥିଲେ ରାମ ଚରଣ ।