ମୁମ୍ବାଇ: ଲକଡାଉନରେ ମିଳିଥିବା କୋହଳ ପରେ ସମସ୍ତେ ଜୀବନ ଧିରେ ଧିରେ ପୂର୍ବ ଭଳି ହେବାରେ ଲାଗିଛି । ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟି ଦୀର୍ଘ ଦୁଇ ମାସରୁ ନିଜ ନିଜ ଘରେ ବନ୍ଦ ଥିଲେ । ଏବେ ଘରୁ ବାହାରୁଥିବା ଲୋକଙ୍କ ମଧ୍ୟରେ କୋରୋନା ଭୟ ଏଯାବତ ଅଛି । ଯାହାର ଖୁଲାସା କରିଛନ୍ତି ବି-ଟାଉନର ପପୁଲାର ଅଭିନେତ୍ରୀ ନେହା ଧୂପିୟା । ସେ ପାଖାପାଖି 80 ଦିନ ପରେ ଘର ବାହାରକୁ ବାହାରିବା ଅନୁଭୂତି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ନିଜର ସେଲ୍ଫି ସେୟାର କରିଛନ୍ତି । ଫଟୋଟି ତାଙ୍କ ସକାଳ ରନିଂ ସମୟର । ଆଉ କ୍ୟାପସନରେ ଲେଖିଛନ୍ତି, ‘ପ୍ରାୟ 80 ଦିନ ପରେ ଆଜି ମୁଁ ରନିଂ କରିବାକୁ ଘରୁ ବାହାରିଲି । ଏହି ସମୟ ମନରେ ସ୍ବାଧୀନତା ଏବଂ ଭୟର ଭାବନା ଥିଲା । ସ୍ବାଧୀନତା ହେଲା ଯେ ମୁଁ ଘରୁ ବାହାରି ଖୋଲା ଆକାଶରେ ନିଶ୍ବାସ ନେଇଛି, ସେ ବି ଏମିତି ପବନରେ ଯାହା ମୁଁ ମୋ ସହରରେ କେବେ ଅନୁଭବ କରି ନଥିଲି । ସ୍ବାଧୀନତା ଏଥି ନିମନ୍ତେ ମଧ୍ୟ ମୋ କାନ୍ଧରେ ଟିକିଏ ବର୍ଷାର ପାଣି ବୁନ୍ଦା ଅନୁଭବ କରିପାରିଥିଲି ଏବଂ ମୋ କାନରେ ସଙ୍ଗୀତ ବଜାଉଥିଲା ।’