ETV Bharat / sitara

ତୁଟୁନି ଷ୍ଟାର ଦମ୍ପତିଙ୍କ କଳି, ପୁଣି ଶାଶୂଙ୍କ ନାଁରେ ଅଭିଯୋଗ ଆଣିଲେ ବର୍ଷା

author img

By

Published : Mar 18, 2021, 7:57 AM IST

ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶନୀ । ଜାଣିଶୁଣି ତାଙ୍କୁ ଶାଶୂଘର ଲୋକେ ହଇରାଣ କରୁଥିବା ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କଟକ: ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ଅଦାଲତର ଦ୍ବାରସ୍ଥ ହୋଇଥିବା ବେଳେ ଅଦାଲତ ବାହାରେ ମଧ୍ୟ ଉଭୟଙ୍କ ବିବାଦ ବଢିବାରେ ଲାଗିଛି । ଆଉ ଏହି କ୍ରମରେ ଅଭିନେତ୍ରୀ ବର୍ଷା ତାଙ୍କ ଶାଶୂ ଘରେ ପୁଣି ତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ନେଇ କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ବର୍ଷା ଥାନାରେ କରିଥିବା ଅଭିଯୋଗ ମୁତାବକ ସେ ରହୁଥିବା ରୁମରୁ ବିଦ୍ୟୁତ ସଂଯୋଗକୁ ଜାଣି ଶୁଣି କାଟି ଦିଆଯାଇଛି । ଫଳରେ ତାଙ୍କ ରୁମ୍‌ର କୌଣସି ବୈଦ୍ୟୁତିକ ଉପକରଣ କାମ କରୁନାହିଁ । ଏପରିକି ତାଙ୍କର ଓ୍ବାଟର୍‌ ପ୍ୟିୁରିଫାୟର୍‌ଟି ମଧ୍ୟ କାମ କରୁନାହିଁ । ତାଙ୍କ ଶାଶୂଘର ଲୋକ ଜାଣିଶୁଣି ହଇରାଣ କରିବାକୁ ଯାଇ ଏପରି କରିଥିବା ସେ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ।

ତେବେ ଏହା ପ୍ରଥମ ମାମଲା ନୁହେଁ ବର୍ଷା ଏହା ପୂର୍ବରୁ ତାଙ୍କ ଶାଶୂ ଘର ଲୋକଙ୍କ ନାଁରେ ପୁରୀଘାଟ ଥାନାରେ ମୋଟ 4ଟି ମାମଲା ଦାୟର କରି ସାରିଲେଣି । ପ୍ରଥମ ମାମଲାରେ ସେ କହିଥିଲେ ତାଙ୍କ ରୁମ ମଧ୍ୟକୁ କିଛି ବ୍ୟକ୍ତି ବିନା ଅନୁମତିରେ ପ୍ରବେଶ କରି ଧମକ ଦେଉଛନ୍ତି ।

ଦ୍ବିତୀୟ ମାମଲାରେ ଜଣାଇଥିଲେ ଘରୁ ବାହାରକୁ ଯାଇ ରାତିରେ ଫେରିବା ସମୟରେ ଘରର ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଛି । ତୃତୀୟ ମାମଲାରେ ଘରର ମରାମତି ଆଳ ଦେଖାଇ ତାଙ୍କୁ ଘରୁ ବହାରି ଯିବା ପାଇଁ ମଧ୍ୟ କୁହାଯାଇଥିଲା । ସେହିପରି ବୁଧବାର ଦିନର ଅଭିଯୋଗ ପରେ ଚତୁର୍ଥ ମାମଲା ଦାୟର ହୋଇଛି ।

ପ୍ରକାଶ ଥାଉକି ବର୍ଷାଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ଅନୁଭବ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାୟର କରିଥିବା ମାମଲାକୁ କଟକର ଘରୋଇ ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳସ୍ବରୂପ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆସନ୍ତା 19 ତାରିଖ ଦିନ ଉଭୟ ପତି-ପତ୍ନୀ କଟକ ପରିବାର ଅଦାଲତରେ ହାଜର ହେବେ । ହେଲେ ଏହା ପୂର୍ବରୁ ଏହି ସଦ୍ୟ ମାମଲାଟି ଏହି ଷ୍ଟାର ଦମ୍ପତିଙ୍କ ଘରୋଇ କଳିକୁ ନେଇ ସାଧାରଣରେ ହେଉଥିବା ଆଲୋଚନାକୁ ପୁଣି ଖୋରାକ ଯୋଗାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.