ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବେ ଚର୍ଚ୍ଚାରେ । ଆର୍ଟିକଲ 370 ହଟିବା ନିଷ୍ପତ୍ତିରେ ନିଜ ଖୁସି ସୋସିଆଲ ମିଡିଆରେ ଜାହିର କରିଥିଲେ ସବ୍ୟସାଚୀ । ଗତକାଲି ରାଜ୍ୟସଭାରେ ପାରିତ ହୋଇଥିଲା ଆର୍ଟିକଲ 370 । ଯାହାକୁ ନେଇ ପୁରା ଦେଶରେ ଦେଖାଯାଇଥିଲା ଖୁସିର ଲହରୀ । ସେପଟେ ଏହି ଖୁସିରୁ ବାଦ ପଡିନଥିଲେ ସବ୍ୟସାଚୀ ।
ସେ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କ ସହ ଖୁସି ଜାହିର କରିଥିଲେ । କିନ୍ତୁ ଯେଉଁଠାରେ ତାଙ୍କ ଫ୍ୟାନ୍ସଙ୍କୁ ଏହି ପୋଷ୍ଟ ଭଲ ଲାଗିଥିଲା, ସେହିଠାରେ କିଛି ୟୁଜର୍ସକୁ ଏହା ଆଦୌ ପସନ୍ଦ ଆସିନଥିଲା । ତାଙ୍କୁ ଟ୍ରୋଲ କରିବା ସହ ଅନେକ ଧମକପୂର୍ଣ୍ଣ ମେସେଜ କରାଯାଇଥିଲା ଏହି ଫେକ ଆକାଉଣ୍ଟରୁ ।
ଖାଲି ଏତିକି ନୁହେଁ ଏହି କମେଣ୍ଟରେ ତାଙ୍କୁ ଜୀବନରୁ ମାରିଦେବାର ମଧ୍ୟ ଧମକ ମିଳିଛି । ତାନେଇ ମଙ୍ଗଳବାର ସବ୍ୟସାଚୀ ଭୁବନେଶ୍ବର ଡିସିପିଙ୍କ ଦ୍ବାରସ୍ତ ହୋଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ/ ବିକାଶ ଦାସ, ଇଟିଭି ଭାରତ