ହାଇଦ୍ରାବାଦ: ରବିବାର ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲୁ ଅର୍ଜୁନ ୟାଭାତମାଲ ଜିଲ୍ଲାର ଟିପ୍ତେଶ୍ବର ଅଭୟାରଣ୍ୟରେ ସମୟ କାଟୁଥିବା ଦେଖିବାକୁ ମିଳିଛି ।
ଆଜି ରବିବାର ଛୁଟି ହୋଇଥିବାରୁ ଅଲୁ ସକାଳ 6 ଟାରେ ସୁନ୍ନା ଫାଟକରୁ ଅଭୟାରଣ୍ୟରେ ପ୍ରବେଶ କରିଥିଲେ। ସେମାନେ ସକାଳ 10 ଟା ପର୍ଯ୍ୟନ୍ତ ଟିପ୍ତେଶ୍ବର ବ୍ୟାଘ୍ର ଅଭୟାରଣ୍ୟ ପରିଦର୍ଶନ କରିଥିଲେ ।
କୋରୋନା ସମୟରେ, ଟିପ୍ତେଶ୍ବରର ପ୍ରୋଜେକ୍ଟରେ ଅନ୍ଲାଇନ୍ ରେଜିଷ୍ଟ୍ରେସନ ବନ୍ଦ ହୋଇଯାଇଥିଲା, ତେଣୁ ସେମାନେ ଅଫଲାଇନରେ ପଞ୍ଜୀକୃତ କରି ବାଘ ଦେଖିବା ପାଇଁ ପ୍ରବେଶ କରିଥିଲେ ।
ଏହି ଖବର ପାଇ ପ୍ରଂଶସକମାନେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ