ଭୁବନେଶ୍ବର: 10 ମାସ ତଳେ ଓଡିଶାରେ ଆରମ୍ଭ ହୋଇଥିବା ମନୋରଞ୍ଜନଧର୍ମୀ ଅନୁଷ୍ଠାନ ଆଓ ଟିଭିର ଆଉ ଦୁଇଟି ଓଟିଟି ପ୍ଲାଟଫର୍ମର ଶୁଭାରମ୍ଭ ରବିବାର ଦିନ ହୋଇଯାଇଛି । ସ୍ଥାନୀୟ ଏକ ତାରକା ହୋଟେଲ ପରିସରରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଥିବା ବଳେ ଖୁବ ଶୀଘ୍ର ଏହା ମାଧ୍ୟମରେ ଜନସାଧାରଣ ମନୋରଞ୍ଜନର ଖୋରାକ ପାଇବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଆଓ ଟିଭି ସାରା ବିଶ୍ବରେ ଥିବା ଖାସ କରି ଓଡିଆ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇଛି । ତେବେ ଲଞ୍ଚ ହୋଇଥିବା ଅନ୍ୟ ଦୁଇଟି ପ୍ଲାଟଫର୍ମ ଯଥା ଆଓ ନେକଷ୍ଟ ଓ ଆଓ ଲାଇଫ ଷ୍ଟାଇଲ ମାଧ୍ୟମରେ ବିଭିନ୍ନ ବର୍ଗର ଦର୍ଶକ ଓଡ଼ିଆ ,ତେଲଗୁ, ତାମିଲ, କନ୍ନଡ଼ ଓ ମାଲାୟାଲାମ ଭାଷାରେ ବିଭିନ୍ନ ପ୍ରକାର ମନୋରଞ୍ଜନର ଖୋରାକ ନିଜ ହାତ ପାହାନ୍ତାରେ ପାଇ ପାରିବେ ବୋଲି ଏହାର ମୁଖ୍ୟ କୌଶିକ ଦାଶ କହିଛନ୍ତି । ତେବେ ଅନ୍ୟ କିଛି ବୈଷୟିକ କାର୍ଯ୍ୟ ପରେ ଆସନ୍ତା ଜାନୁୟାରୀ ମାସ ଠାରୁ ଦର୍ଶକ ଏହି ସୁବିଧା ପାଇ ପାରିବେ ବୋଲି ସେ କହିଛନ୍ତି । ଯେଉଁଥିରେ ଏହି ଭାଷାଭାଷୀ ନୂଆ ଓ ପୁରୁଣା ଫିଲ୍ମ ସହିତ ସଙ୍ଗୀତ,ୱେବ ସିରିଜ ଓ କମେଡି ମଧ୍ୟ ଉପଲବ୍ଧ ହେବ। ।
ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନ ପକ୍ଷରୁ ଓଡିଶା କଳା ,ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କିଛି ଯସସ୍ବୀ ସାଧକଙ୍କୁ ସମ୍ମାନିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ